ବିଜ୍ଞାନ ପରୀକ୍ଷାରେ ବଡ଼ ବିଭ୍ରାଟ: ଗଣିତ ବଦଳରେ ରସାୟନ ବିଜ୍ଞାନ ପ୍ରଶ୍ନପତ୍ର

ଭୁବନେଶ୍ୱର/ବ୍ରହ୍ମଗିରି: ଆଜି ଥିଲା ଯୁକ୍ତ ଦୁଇ ଗଣିତ ପରୀକ୍ଷା। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିଲେ। ହେଲେ ପ୍ରଶ୍ନପତ୍ରର ସିଲ୍‌ ଖୋଲାଯିବା ପରେ ସେଥିରୁ ବାହାରିଥିଲା ରସାୟନ ବିଜ୍ଞାନର ପ୍ରଶ୍ନପତ୍ର। ଯାହା କଲେଜ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। କେବଳ ଗୋଟିଏ କଲେଜ ନୁହେଁ ଏପରି ଘଟଣା ଆଜି ରାଜ୍ୟର ୮ଟି କଲେଜରେ ଘଟିଥିଲା। ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗର ବିଜେପି ଜୁନିଅର କଲେଜ, ନିଆଳିର […]

IMG-20170314-WA0058

Rakesh Mallick
  • Published: Tuesday, 14 March 2017
  • , Updated: 14 March 2017, 08:38 PM IST

ଭୁବନେଶ୍ୱର/ବ୍ରହ୍ମଗିରି: ଆଜି ଥିଲା ଯୁକ୍ତ ଦୁଇ ଗଣିତ ପରୀକ୍ଷା। ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ହଲ୍‌କୁ ଯାଇଥିଲେ। ହେଲେ ପ୍ରଶ୍ନପତ୍ରର ସିଲ୍‌ ଖୋଲାଯିବା ପରେ ସେଥିରୁ ବାହାରିଥିଲା ରସାୟନ ବିଜ୍ଞାନର ପ୍ରଶ୍ନପତ୍ର। ଯାହା କଲେଜ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। କେବଳ ଗୋଟିଏ କଲେଜ ନୁହେଁ ଏପରି ଘଟଣା ଆଜି ରାଜ୍ୟର ୮ଟି କଲେଜରେ ଘଟିଥିଲା।

ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡ଼ରୋଡ଼ଙ୍ଗର ବିଜେପି ଜୁନିଅର କଲେଜ, ନିଆଳିର କସର୍ଦ୍ଦା କଲେଜ, ନୂଆପଡ଼ା ବିଜ୍ଞାନ ମହାବିଦ୍ୟାଳୟ ସମେତ ୮ଟି କଲେଜରେ ଏପରି ବିଭ୍ରାଟ୍‌ ଦେଖିବାକୁ ମିଳିଥିଲା। ଏହି କଲେଜ ଗୁଡିକରେ ବିଳମ୍ବରେ ପରୀକ୍ଷା ହୋଇଥିଲା। ଅନ୍ୟପକ୍ଷରେ ରସାୟନ ପରୀକ୍ଷାକୁ ଘଉଞ୍ଚାଇ ଦିଆଯାଇଛି। ଆସନ୍ତା ୧୬ ପରିବର୍ତ୍ତେ ୩୦ ତାରିଖରେ ରସାୟନ ବିଜ୍ଞାନ ପରୀକ୍ଷା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି।

ବିଭ୍ରାଟ୍‌ ହୋଇଥିବା କଲେଜରେ ତ୍ରୁଟି ସୁଧରା ଯିବା ପରେ ପ୍ରାୟ ୧ ଘଣ୍ଟା ବିଳମ୍ବରେ ପରୀକ୍ଷା ଆରମ୍ଭ ହୋଇଥିଲା। ହେଲେ ପରୀକ୍ଷା ଆରମ୍ଭରୁ ଏପରି ବିଭ୍ରାଟ ଯୋଗୁଁ ଛାତ୍ରଛାତ୍ରୀମାନେ ଭରାକ୍ରାନ୍ତ ହୋଇ ଯାଇଥିଲେ। ଏପରି ସ୍ଥିତିରେ ଗଣିତ ପରୀକ୍ଷା ଆଶାନୁରୂପ ହୋଇ ନ ଥିବା ବହୁ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

 

ସିଏଚ୍‌ଏସ୍‌ସି ପରୀକ୍ଷା ନିୟନ୍ତ୍ରକ ବିରଞ୍ଚି ନାରାୟଣ ମିଶ୍ର କହିଛନ୍ତି,“ସକାଳ ୯.୩୦ରେ ପ୍ରଶ୍ନପତ୍ର ଖୋଲାଯିବା କଥା, ୧୧ଟା ଯାଏ ଚୁପ୍ କଣ ପାଇଁ ବସିଥିଲେ। ଏନେଇ ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Related story