ଏକାଠି ଦଉଡ଼ି ଦେଇଥିଲେ: ସାନ ଚାଲିଗଲା, ବଡ଼ ମରଣ ସହ ଲଢୁଛି

<p>ବରଗଡ଼(ଦୀପକ ଶର୍ମା): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନିଗମାନନ୍ଦ ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ଗତକାଲି ରାତିରେ ୨ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ସାନ ଭଉଣୀ ପ୍ରିୟଙ୍କା ଶର୍ମା(୨୧)ର ମୃତ୍ୟୁ ଘଟିଥିବା ବେଳେ ବଡ଼ ଉଉଣୀ ଗୁଡ଼ିଆ(୨୩)ର ଅବସ୍ଥା ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ତାଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p> <p>ସୂଚନା ଅନୁସାରେ, ବିହାରର ମୂଳ ବାସିନ୍ଦା ସ୍ୱର୍ଗତ ରାମ ନାରାୟଣ ଶର୍ମାଙ୍କ ଦୁଇ ପୁଅ ଏବଂ&nbsp; ଦୁଇ ଝିଅଙ୍କ ସହ ଦୀର୍ଘ ୨୦ ବର୍ଷ&nbsp; ହେବ ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ୧ ନମ୍ୱର ୱାର୍ଡ &nbsp;ନିଗମାନନ୍ଦ ବିହାରରେ ରହି ଆସୁଥିଲେ। ହେଲେ କୌଣସି କାରଣରୁ କାଲି ରାତିରେ ବଡ଼ ଝିଅ ଗୁଡ଼ିଆ ଏବଂ ସାନ ଝିଅ ପ୍ରିୟଙ୍କା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଦୁଇ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି।</p>

Ordigital Desk
  • Published: Tuesday, 12 June 2018
  • Updated: 12 June 2018, 01:42 PM IST

Sports

Latest News

<p>ବରଗଡ଼(ଦୀପକ ଶର୍ମା): ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନିଗମାନନ୍ଦ ବିହାରରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳହକୁ କେନ୍ଦ୍ରକରି ଗତକାଲି ରାତିରେ ୨ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଫଳରେ ସାନ ଭଉଣୀ ପ୍ରିୟଙ୍କା ଶର୍ମା(୨୧)ର ମୃତ୍ୟୁ ଘଟିଥିବା ବେଳେ ବଡ଼ ଉଉଣୀ ଗୁଡ଼ିଆ(୨୩)ର ଅବସ୍ଥା ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ଲଢେଇ କରୁଛନ୍ତି। ତାଙ୍କୁ ବରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।</p><p>ସୂଚନା ଅନୁସାରେ, ବିହାରର ମୂଳ ବାସିନ୍ଦା ସ୍ୱର୍ଗତ ରାମ ନାରାୟଣ ଶର୍ମାଙ୍କ ଦୁଇ ପୁଅ ଏବଂ&nbsp; ଦୁଇ ଝିଅଙ୍କ ସହ ଦୀର୍ଘ ୨୦ ବର୍ଷ&nbsp; ହେବ ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ୧ ନମ୍ୱର ୱାର୍ଡ &nbsp;ନିଗମାନନ୍ଦ ବିହାରରେ ରହି ଆସୁଥିଲେ। ହେଲେ କୌଣସି କାରଣରୁ କାଲି ରାତିରେ ବଡ଼ ଝିଅ ଗୁଡ଼ିଆ ଏବଂ ସାନ ଝିଅ ପ୍ରିୟଙ୍କା ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ପ୍ରିୟଙ୍କାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁ କାରଣରୁ ଦୁଇ ଭଉଣୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ ନେଇ ତଦନ୍ତ ଆରମ୍ଭ କରିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos