ନଦୀକୁ ଡେଇଁ ପଡ଼ିଲେ ୨ ଭଉଣୀ, ମିଳୁନି ପତ୍ତା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଆଜି ଏକ ଅଘଟଣ ଘଟିଯାଇଛି।  ୨ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।  ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାମୁତାବକ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ […]

scooty

Niharika Rout
  • Published: Thursday, 15 October 2020
  • , Updated: 15 October 2020, 01:39 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଆଜି ଏକ ଅଘଟଣ ଘଟିଯାଇଛି।  ୨ ଭଉଣୀ ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି।  ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାମୁତାବକ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। ଏହାପରେ ଚପଲ ରଖି ୨ ଜଣ ନଦୀକୁ ଡେଇଁ ପଡ଼ିଥିଲେ।ଖବର ପାଇ ଗୁଡଭେଲା ପୁଲିସ୍‌, ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚାଲୁ ରଖିଥିବା ବେଳେ ସେମାନଙ୍କ ପତ୍ତା ମିଳି ପାରିନାହିଁ।

ଅପରପକ୍ଷେ ଡେଇଁ ପଡ଼ିଥିବା ଯୁବତୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଛନ୍ତି।  ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି।

ତେବେ କ’ଣ ପାଇଁ ୨ ଭଉଣୀ ଏପରି ଚରମ ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story