ସମୁଦ୍ରରେ ନିଖୋଜ ୨ ଛାତ୍ରଙ୍କ ପତ୍ତା ମିଳୁନି
- Published: Tuesday, 02 January 2018
- , Updated: 02 January 2018, 10:19 AM IST
<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସମୁଦ୍ରରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ନିଖୋଜ। ଘଟଣା ଘଟିଛି ବ୍ରହ୍ମପୁର ନିକଟ ସୋନପୁର ବେଳାଭୂମିରେ। ଗତକାଲି ଗାଧୋଇବା ବେଳେ ଏହି ୨ ଛାତ୍ର ବୁଡ଼ି ଯାଇଥିଲେ। ଖବର ଲେଖାଯିବା ସୁଦ୍ଧା ମୃତଦେହ ଉଦ୍ଧାର କରାଯାଇ ନାହିଁ। ଏହି ଦୁଇ ଛାତ୍ରଙ୍କ ଘର ଧରାକୋଟ ଓ ଆସିକା ଅଞ୍ଚଳରେ ବୋଲି ସୂଚନା ମିଳିଛି। ଉଭୟ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିଲେ।</p>
<p>ନୂଆ ବର୍ଷ ଅବସରରେ ଅନ୍ୟ ୪ ଜଣ ସାଙ୍ଗଙ୍କ ସହ ମିଶି ଏମାନେ ପିକ୍‌ନିକ୍ କରିବାକୁ ଆସିଥିଲେ। ହେଲେ ସମୁଦ୍ରରେ ଗାଧୋଇବା ବେଳେ ଦୁଇ ଜଣ ଯାକ ଭାସି ଯାଇଥିଲେ।</p>