ବାଘୁଣୀ ସ୍ନେହା କୋଳକୁ ଆସିଲେ ୨ ଛୁଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି  । ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି।  ଶାବକ ଦୁଇଟିକୁ ମା’ ବାଘୁଣୀ ଏବେ ଲାଳନପାଳନ କରୁଛି।  ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି।  ଏଥିସହ ନନ୍ଦନକାନନରେ ବାଘସଂଖ୍ୟା ୨୭ରେ ପହଞ୍ଚିଛି । ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି  । ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ […]

sneha-1-1

Niharika Rout
  • Published: Thursday, 09 January 2020
  • , Updated: 09 January 2020, 11:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନନ୍ଦନକାନନରେ ବାଘ ସଂଖ୍ୟା ବୃଦ୍ଧି ପାଇଛି  । ବାଘୁଣୀ ସ୍ନେହା ଦୁଇଟି ଶାବକ ଜନ୍ମ ଦେଇଛି।  ଶାବକ ଦୁଇଟିକୁ ମା’ ବାଘୁଣୀ ଏବେ ଲାଳନପାଳନ କରୁଛି।  ସିସିଟିଭି ମାଧ୍ୟମରେ ଏହା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ନଜର ରଖିଛନ୍ତି।  ଏଥିସହ ନନ୍ଦନକାନନରେ ବାଘସଂଖ୍ୟା ୨୭ରେ ପହଞ୍ଚିଛି । ନନ୍ଦନକାନନରେ ଏବେ ୮ଟି ଧଳାବାଘ ଓ ୪ଟି କଳାବାଘ ଅଛନ୍ତି  ।

ହାଇଦ୍ରାବାଦରୁ ନନ୍ଦନକାନନକୁ ଆସିଥିବା ବାଘ ସୈଫ ଔରସରୁ ବାଘୁଣୀ ସ୍ନେହା ଏହି ୨ ଛୁଆ ପ୍ରସବ କରିଛି। ପ୍ରଥମ ବାଘ ଛୁଆଟି ଭୋର ୩ଟା୩୮ ମିନିଟ୍‌ ଓ ଦ୍ୱିତୀୟ ଛୁଆ ଭୋର ୫ଟା ୪୪ ମିନିଟ୍‌ରେ ଜନ୍ମ ହୋଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପର୍ଯ୍ୟଟକମାନେ ଖୁସି  ଥିବା ଜଣାଯାଇଛି।

Related story