ବାଲିଯାତ୍ରା ହେଲା ଶେଷ ଯାତ୍ରା, ସଡ଼କ ଦୁର୍ଘଟଣାରେ ଚାଲିଗଲେ ୨ସାଙ୍ଗ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାରାଦୀପରୁ ବାଲିଯାତ୍ରା ଦେଖି ଦୁଇ ସାଙ୍ଗ ହସଖୁସିରେ ଘରକୁ ଫେରୁଥିଲେ। ଏହି ହସଖୁସି ତାଙ୍କର ବେଶି ସମୟ ରହିନଥିଲା। ବାଟରେ ଯେପରି ସେମାନଙ୍କୁ ମୃତ୍ୟୁ ଜଗି ବସିଥିଲା। ହଠାତ୍ କଳା ବାଦଲ ପରି ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା।  ଘଟଣାସ୍ଥଳରେ ୨ସାଙ୍ଗଙ୍କ ଜୀବନ ଚାଲିଯାଇଥିଲା। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁରରେ। ମୃତକ ଦ୍ୱୟ ହେଲେକରଞ୍ଜ ଗାଁର ଚତୁର୍ଭୁଜ ଦାଶ ଓ ମହେନ୍ଦ୍ର ଶତପଥୀ […]

accident

  • Published: Saturday, 12 November 2022
  • , Updated: 12 November 2022, 01:55 PM IST

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ପାରାଦୀପରୁ ବାଲିଯାତ୍ରା ଦେଖି ଦୁଇ ସାଙ୍ଗ ହସଖୁସିରେ ଘରକୁ ଫେରୁଥିଲେ। ଏହି ହସଖୁସି ତାଙ୍କର ବେଶି ସମୟ ରହିନଥିଲା। ବାଟରେ ଯେପରି ସେମାନଙ୍କୁ ମୃତ୍ୟୁ ଜଗି ବସିଥିଲା। ହଠାତ୍ କଳା ବାଦଲ ପରି ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା।  ଘଟଣାସ୍ଥଳରେ ୨ସାଙ୍ଗଙ୍କ ଜୀବନ ଚାଲିଯାଇଥିଲା। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁରରେ। ମୃତକ ଦ୍ୱୟ ହେଲେକରଞ୍ଜ ଗାଁର ଚତୁର୍ଭୁଜ ଦାଶ ଓ ମହେନ୍ଦ୍ର ଶତପଥୀ ।

ଗତକାଲି ବିଳମ୍ବିତ ରାତିରେ ଚତୁର୍ଭୁଜ ଓ ମହେନ୍ଦ୍ର  ପାରାଦୀପରୁ ବାଲିଯାତ୍ରା ଦେଖି ବାଇକ୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଚଣ୍ଡୀଖୋଲ-ପାରାଦୀପ ରାସ୍ତାର ଜୟଚନ୍ଦ୍ରପୁର  ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ।  ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା।  ମୃତଦେହ ନିକଟରେ ତାଙ୍କ ବାଇକ୍ ପଡ଼ିଥିଲା। ପୁଲିସ ପହଞ୍ଚି ସେମାନଙ୍କୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଇଛି ଓ ଘଟଣାର ତଦନ୍ତ କରୁଛି।

Related story