ବ୍ରହ୍ମଗିରି(ରବିନାରାୟଣ ପୂଜାହାରୀ): ଝିମିଟି ଖେଳରୁ ମହାଭାରତ ପରି ହୋଲି ଖେଳରୁ ହୋଇଛି ବୋମା ମାଡ଼। ଗାଁରେ ଫୁଟିଛି ୩୦ରୁ ଅଧିକ ବୋମା ମାଡ଼। ଗୁଳି ମଧ୍ୟ ଫୁଟିଛି। ଆଜି ଏପରି ଚିତ୍ର ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳରେ ଘଟିଛି।
ଆଜି ଥିଲା ରଙ୍ଗର ପର୍ବ ହୋଲି। ତେବେ ରଙ୍ଗଖେଳି ଚାଲିଥିବା ବେଳେ ଦଣ୍ଡୁଆସିପଡ଼ା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଅର୍ଥାତ ସନ୍ଧ୍ୟା ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବୋମା ମାଡ଼ ହୋଇଥିଲା। ୩୦ରୁ ୩୫ଟି ବୋମା ମାଡ଼ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ରାଜନୈତିକ ବିବାଦରୁ ଏହି ଗଣ୍ଡଗୋଳ ସୂଚ୍ରପାତ ହୋଇଥିବା ଆଲୋଚନା ହେଉଛି। ବୋମା ମାଡ଼ ପରେ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ସନ୍ଧ୍ୟା ହୋଇଥିବାରୁ ପୁଲିସ୍ ସ୍ଥିତି ଦେଖି ଆଗକୁ ବଢ଼ୁଛି।
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହି ଗାଁରେ ବୋମା ମାଡ଼ ହୋଇଥିଲା। ଏଥିରେ ୫ ଜଣ ଆହତ ହୋଇଥିଲେ। ଏହି ମାମଲାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଥିଲା। ଏହା ସତ୍ତ୍ୱେ ଆଜି ପୁଣି ଥରେ ବୋମା ମାଡ଼ ହୋଇଛି।