୨୦ ଜିଲ୍ଲାରେ ମନ୍ତ୍ରୀ କରିବେ ପତାକା ଉତ୍ତୋଳନ, ମୁଖ୍ୟମନ୍ତ୍ରୀ ଯିବେନି କଟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୨୦ଟି ଜିଲ୍ଲାରେ ମନ୍ତ୍ରୀମାନେ ପାତାକା ଉତ୍ତୋଳନ କରିବେ। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ। ଏଥିରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। କଟକରେ ଅନ୍ୟବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କ ପରିବର୍ତ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ସୁବର୍ଣ୍ଣପୁରରେ ବିକ୍ରମ କେଶରୀ ଆରୋଖ, ସୁନ୍ଦରଗଡ଼ରେ ପ୍ରଫୁଲ୍ଲ କୁମାର ମଲ୍ଲିକ, […]

indian-flage

Manoranjan Sial
  • Published: Thursday, 23 January 2020
  • , Updated: 23 January 2020, 11:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣତନ୍ତ୍ର ଦିବସରେ ୨୦ଟି ଜିଲ୍ଲାରେ ମନ୍ତ୍ରୀମାନେ ପାତାକା ଉତ୍ତୋଳନ କରିବେ। ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ପରେଡରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ। ଏଥିରେ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

କଟକରେ ଅନ୍ୟବର୍ଷ ଭଳି ଚଳିତବର୍ଷ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କ ପରିବର୍ତ୍ତେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ। ସେହିପରି ସୁବର୍ଣ୍ଣପୁରରେ ବିକ୍ରମ କେଶରୀ ଆରୋଖ, ସୁନ୍ଦରଗଡ଼ରେ ପ୍ରଫୁଲ୍ଲ କୁମାର ମଲ୍ଲିକ, ସମ୍ୱଲପୁରରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କେନ୍ଦୁଝର ପଦ୍ମନାଭ ବେହେରା, ପୁରୀରେ ପ୍ରତାପ ଜେନା, ଗଞ୍ଜାମରେ ଅରୁଣ କୁମାର ସାହୁ, ବାଲେଶ୍ୱରରେ ସୁଦାମ ମାରାଣ୍ଡି, ଅନୁଗୋଳ ସୁଶାନ୍ତ ସିଂହ, କଳାହାଣ୍ଡିରେ ନବ ଦାସ, ରାୟଗଡ଼ାରେ ଟୁକୁନି ସାହୁ, ଜଗତସିଂହପୁରରେ ଜଗନ୍ନାଥ ସାରକା, ଯାଜପୁରରେ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ଢେଙ୍କାନାଳରେ ଅଶୋକ ଚନ୍ଦ୍ର ପଣ୍ଡା, ନୟାଗଡ଼ରେ ସମୀର ରଞ୍ଜନ ଦାଶ, ବଲାଙ୍ଗିର ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ନବରଙ୍ଗପୁରରେ ପ୍ରେମାନନ୍ଦ ନାୟକ, ମୟୂରଭଞ୍ଜରେ ରଘୁନନ୍ଦନ ଦାସ, ଗଜପତିରେ ପଦ୍ମିନୀ ଦିଆନ୍‌ ଓ ମାଲକାନଗିରିରେ ତୁଷାରକାନ୍ତି ବେହେରା ପତାକା ଉତ୍ତୋଳନ କରିବେ।

ସେହିପରି ବ୍ରହ୍ମପୁର ଓ ରାଉରକେଲାରେ ସେଠାକାର ଆର୍‌ଡିସିମାନେ ପତାକା ଉତ୍ତୋଳନ କରିଥିଲେ। ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କନ୍ଧମାଳ ଓ କେନ୍ଦ୍ରାପଡ଼ାରେ ଜିଲ୍ଲାପାଳମାନେ ପାତାକା ଉତ୍ତୋଳନ କରିବେ।

Related story