ଏକାଥରେ ୨୦ ଆକ୍ରାନ୍ତ ଚିହ୍ନଟ, ୨୦୦ ପାର୍‌ କଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏକାଥରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରିଛି। ଗତକାଲି ଏହି ସଂଖ୍ୟା ୧୮୫ ଥିବା ବେଳେ ଆଜି ତାହା ୨୦୫ରେ ପହଞ୍ଚିଛି। ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୟୂରଭଞ୍ଜରେ ୩ ପଜିଟିଭ ଚିହ୍ନଟ […]

corona

Niharika Rout
  • Published: Thursday, 07 May 2020
  • , Updated: 07 May 2020, 10:24 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏକାଥରେ ୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ସୁରତ ଫେରନ୍ତା ବୋଲି ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ପାର କରିଛି। ଗତକାଲି ଏହି ସଂଖ୍ୟା ୧୮୫ ଥିବା ବେଳେ ଆଜି ତାହା ୨୦୫ରେ ପହଞ୍ଚିଛି।

ନୂଆ ୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ମୟୂରଭଞ୍ଜରେ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ଗତକାଲି ୪ ପଜିଟିଭ ଥିବା ବେଳେ ଆଜି ଏହି ସଂଖ୍ୟା ୨୧ରେ ପହଞ୍ଚିଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ଥର ପାଦ ଦେଇଛି କରୋନା।

ଆଜି ଗଞ୍ଜାମରୁ ଚିହ୍ନଟ ୧୭ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର।  ସେମାନଙ୍କ ମଧ୍ୟରୁ ଜଣେ ମହିଳା ହୋଇଥିବା ବେଳେ  ୧୬ ଜଣ ହେଉଛନ୍ତି ପୁରୁଷ।  ତେବେ ସମସ୍ତ ୧୭ ଆକ୍ରାନ୍ତ ସୁରତରୁ ଫେରିଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆକ୍ରାନ୍ତ ମହିଳାଙ୍କ ବୟସ ୨୦ ବର୍ଷ  ହୋଇଥିବା ବେଳେ ପୁରୁଷମାନଙ୍କ  ବୟସ ଯଥାକ୍ରମେ ୨୭, ୨୭, ୨୦, ୩୮, ୨୩, ୨୯, ୫୦ ବର୍ଷ। ସେହିପରି ଅନ୍ୟ  ପୁରୁଷମାନଙ୍କ ବୟସ  ଯଥାକ୍ରମେ ୩୦, ୨୯, ୨୧, ୪୩, ୪୩, ୩୯, ୪୬, ୧୮, ୨୪ ବର୍ଷ ବୋଲି ସୂଚନା ମିଳିଛି।

ସେହିପରି ମୟୂରଭଞ୍ଜରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନେ ସମସ୍ତେ ପୁରଷ ଓ ସୁରତା ଫେରନ୍ତା । ସେମାନଙ୍କ ବୟସ ଯଥାକ୍ରମେ ୨୧, ୩୬ ଓ ୪୪ ବୋଲି ଜଣାଯାଇଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟରେ ଏଯାବତ୍ ୫୦ ହଜାର ୫୧୪ ସାମ୍ପଲ୍ ଟେଷ୍ଟ ହୋଇ ସାରିଲାଣି।
ଗତକାଲି ମୋଟ ୩୦୬୦ଟି ସାମ୍ପଲ୍ ଟେଷ୍ଟ କରାଯାଇଛି।  ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୪୨ ଆକ୍ଟିଭ କେସ୍‌ ଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୧ଜଣ। ସେମାନଙ୍କ ବ୍ୟତୀତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Related story