ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଚାଲିଥିବା ମଲଟିପଲ ଟ୍ରାନ୍ସପୋର୍ଟ ବୈଠକ ଶେଷ ହୋଇଛି । ଏ ନେଇ ଖଣି ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି ଯେ, ବୈଠକରେ ଖଣିଜ ସମ୍ପଦ ପରିବହନ ଦରରେ ସମାନତା ଉପରେ ସହମତି ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ପରିବହନ ଭଡ଼ା, ସିଲିଂ ପ୍ରାଇସ ସମ୍ପର୍କରେ ଜଣାଇବାକୁ ୫ ଜିଲ୍ଲାପାଳଙ୍କୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏ ସମ୍ପର୍କରେ ଜିଲାପାଳମାନେ ବାଣିଜ୍ୟ ଓ ପରିବହନ ବିଭାଗକୁ ଆସନ୍ତା ୨୦ ସୁଦ୍ଧା ଜଣାଇବାକୁ କୁହାଯାଇଛି । ସୁନ୍ଦରଗଡ଼, କେନ୍ଦୁଝର, ଯାଜପୁର, ଜଗତସିଂପୁର ଓ ଅନୁଗୋଳ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନଙ୍କ ରିପୋର୍ଟ ଆଧାରରେ ରାଜ୍ୟସ୍ତରୀୟ ବୈଷୟିକ କମିଟି ନିଷ୍ପତ୍ତି ନେବ । ଜୁଲାଇ ୧ରୁ ସିଲିଂ ପ୍ରାଇସ ଆଧାରରେ ଲାଗୁ ହେବ ବ୍ୟବସ୍ଥା । ଏହି ନିର୍ଦ୍ଦେଶକୁ ଅମାନ୍ୟ କଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଖଣି ନିଦ୍ଦେର୍ଶକ ସୂଚନା ଦେଇଛନ୍ତି ।