Advertisment

ମାସ୍କ ନପିନ୍ଧିଲେ ୨୦୦ରୁ ୫୦୦ଟଙ୍କା ଜୋରିମାନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେବା ସହ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଜିଠୁ ରାଜ୍ୟବ୍ୟାପୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏହାର ଉଲ୍ଲଘଂନକାରୀଙ୍କ ପାଇଁ ଆର୍ଥିକ ଜୋରିମାନା ଧାର୍ଯ୍ୟ କରିଛନ୍ତି। ଏହାସହିତ ମହାମାରୀ ଆଇନ-୧୯୮୭ରେ ସଂଶୋଧନ କରି କୋଭିଡ୍‌-୧୯ ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତବିଶେଷ ଓ ସଂସ୍ଥା ବିରୁଦ୍ଧରେ ଦଣ୍ଡନୀୟ ଅପରାଧ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବାଧିକ ୨ବର୍ଷ […]

ଅଦ୍ୟତନ ହୋଇଛି
‘ମାସ୍କ ପିନ୍ଧୁ ନଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ହେବ ପୁଲିସ୍‌’

mask

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେବା ସହ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ଆଜିଠୁ ରାଜ୍ୟବ୍ୟାପୀ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଏହାର ଉଲ୍ଲଘଂନକାରୀଙ୍କ ପାଇଁ ଆର୍ଥିକ ଜୋରିମାନା ଧାର୍ଯ୍ୟ କରିଛନ୍ତି।

Advertisment

ଏହାସହିତ ମହାମାରୀ ଆଇନ-୧୯୮୭ରେ ସଂଶୋଧନ କରି କୋଭିଡ୍‌-୧୯ ନିୟମକୁ ଅମାନ୍ୟ କରୁଥିବା ବ୍ୟକ୍ତବିଶେଷ ଓ ସଂସ୍ଥା ବିରୁଦ୍ଧରେ ଦଣ୍ଡନୀୟ ଅପରାଧ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବାଧିକ ୨ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜୋରିମାନା ଅବାପୁଣି କେବଳ ଅଧିକ ଟଙ୍କାର ଜୋରିମାନା ଦେବାକୁ ହେବ। ଆଜି ରାଜ୍ୟ କ୍ୟାବିନେଟ ଏଭଳି ନିଷ୍ପତ୍ତିକୁ ଆଜି ମୋହର ମାରିଛନ୍ତି।

ଆଜି ପୂର୍ବାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଗତ ଦୁଇଦିନ ତଳେ ଏକ ନିର୍ଦ୍ଦେଶାନାମା ବଳରେ ଘରୁ ବାହାରକୁ ଯିବାବେଳେ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଯଦି କେହି ଏହାର ଉଲ୍ଲଘଂନ କରୁଥିବାର ପ୍ରମାଣ ମିଳିବ ତାଙ୍କୁ ପ୍ରଥମ ୩ଥର ୨୦୦ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ଏଥିପାଇଁ ତାଙ୍କଠୁ ୫୦୦ଟଙ୍କା ଜୋରିମାନା ଆଦାୟ ହେବ । ଏହା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପାଇଁ ଲାଗୁ ହେବ। ମାସ୍କ ପିନ୍ଧିବା ଗତିବିଧି ଉପରେ ନିୟନ୍ତ୍ରଣ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ନିୟମାବଳୀ ପ୍ରକାଶିତ ହୋଇଛି। ଏହି ନିୟାମବଳୀର ଧାରା-୧୦(କ) ଅନୁସାରେ ମାସ୍କ ପିନ୍ଧା ନିୟମକୁ ଉଲ୍ଲଘଂନକାରୀଙ୍କ ଉପରେ ଆର୍ଥିକ ଦଣ୍ଡର ପ୍ରାବଧାନ କେବଳ ବିଡିଓ, ଅତିରିକ୍ତ ତହସିଲଦାର,ପୁଲିସ ଏଏସଆଇ ଓ ପୌରାଂଚଳର ୱାର୍ଡ ଅଫିସରମାନେ ଧାର୍ଯ୍ୟ କରିପାରିବେ।

Advertisment

ଶ୍ରୀ ତ୍ରିପାଠୀ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ଆଇନ-୧୮୯୭ରେ ସଂଶୋଧନ କରାଯାଇ ମହାମାରୀ(ସଂଶୋଧନ) ଅଧ୍ୟାଦେଶ-୨୦୨୦କୁ କାର୍ଯ୍ୟକ୍ଷମ କରାଯାଇଛି। କ୍ୟାବିନେଟ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛନ୍ତି। ଏହି ଅଧ୍ୟାଦେଶ ଅନୁସାରେ କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର କେତେକ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ମହାମାରୀ ଆଇନ-୧୮୯୭ରେ ଏତେ କଠୋର ଦଣ୍ଡର ପ୍ରାବଧାନ ନଥିଲା। କିନ୍ତୁ ଏବେ ଅଧ୍ୟାଦେଶ ମାଧ୍ୟମରେ ମହାମାରୀ ଆଇନ ଓ ନିୟମାବଳୀର ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ସର୍ବାଧିକ ୨ବର୍ଷ ଜେଲ୍ ଓ ୧୦ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଅବଶ୍ୟ ଏହି ଆଇନରେ ପ୍ରତ୍ୟେକ ଅପରାଧ ଜାମିନଯୋଗ୍ୟ ହେବ। ଯଦି କେହି ଏହି ଅପରାଧ ପାଇଁ ଜେଲ୍ ଦଣ୍ଡ ଭୋଗିବାକୁ ଚାହୁଁନଥିବେ ତାଙ୍କୁ କମ୍ପାଉଣ୍ଡେବଲ୍ ଭାବେ ଅଧିକ ଜୋରିମାନା ଦେବାକୁ ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe