୨୦୧୫ରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ରେକର୍ଡ, ୧୨୦ ମାମଲା ରୁଜୁ

ସମ୍ୱଲପୁର: ୨୦୧୫ରେ ସମ୍ୱଲପୁର ଭିଜିଲାନ୍ସ ବିଭାଗ ୩ଟି ବର୍ଗରେ ୧୨୦ଟି ମାମଲା ରୁଜୁ କରି ରେକର୍ଡ କରିଛି । ଏଥିରେ ମୋଟ ୩୨୦ଜଣ ଅଭିଯୁକ୍ତ ଅଛନ୍ତି। ସେହିପରି ମୋଟ ୬୧ଟି ଟ୍ରାପ୍ କେଶ କରାଯାଇ ସମସ୍ତ ୬ଟି ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ସମ୍ୱଲପୁର ଭିଜିଲାନ୍ସ ଡିଭିଜନ। ଭିଜିଲାନ୍ସର ବିକ୍ରି କର ବିଭାଗ, ଟ୍ୟାକ୍ସ ଖିଲାପକାରୀଙ୍କଠାରୁ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ରେକର୍ଡ କରିଛି। ସେହିପରି ୨୦ ହଜାର […]

vigilance

Rakesh Mallick
  • Published: Sunday, 03 January 2016
  • , Updated: 04 January 2016, 03:30 AM IST

ସମ୍ୱଲପୁର: ୨୦୧୫ରେ ସମ୍ୱଲପୁର ଭିଜିଲାନ୍ସ ବିଭାଗ ୩ଟି ବର୍ଗରେ ୧୨୦ଟି ମାମଲା ରୁଜୁ କରି ରେକର୍ଡ କରିଛି । ଏଥିରେ ମୋଟ ୩୨୦ଜଣ ଅଭିଯୁକ୍ତ ଅଛନ୍ତି। ସେହିପରି ମୋଟ ୬୧ଟି ଟ୍ରାପ୍ କେଶ କରାଯାଇ ସମସ୍ତ ୬ଟି ଡିଭିଜନ ମଧ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି ସମ୍ୱଲପୁର ଭିଜିଲାନ୍ସ ଡିଭିଜନ। ଭିଜିଲାନ୍ସର ବିକ୍ରି କର ବିଭାଗ, ଟ୍ୟାକ୍ସ ଖିଲାପକାରୀଙ୍କଠାରୁ ୫ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ଆଦାୟ କରି ରେକର୍ଡ କରିଛି।

ସେହିପରି ୨୦ ହଜାର ଲିଟର କିରୋସିନି ଜବତ କରାଯାଇଛି। ଅନ୍ତଃ ରାଜ୍ୟ ତନଖି ଫାଟକରେ ଚଢ଼ାଉ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଯାଞ୍ଚ, ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ଯାଞ୍ଚ ପରି ଅନେକ କାର୍ଯ୍ୟକ୍ରମ କରାଯାଇଛି। ସମ୍ୱଲପୁର ଭିଜିଲାନ୍ସ ଡିଭିଜନ ଏସପି ଜୟନାରାୟଣ ପଙ୍କଜ  ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

Related story