୨୦୧୮ ଜୁନ୍‌ ସୁଦ୍ଧା କାର୍ଯ୍ୟକ୍ଷମ ହେବ ଝାରସୁଗୁଡା ବିମାନ ବନ୍ଦର: ଗୁରୁପ୍ରସାଦ ମହାପାତ୍ର

ଝାରସୁଗୁଡା: ୨୦୧୮ ଏପ୍ରିଲରୁ ଜୁନ ସୁଦ୍ଧା ଝାରସୁଗୁଡା ବିମାନ ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ ଗୁରୁପ୍ରସାଦ ମହାପାତ୍ର। ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡା ଆସି ଗୁରୁପ୍ରସାଦ ଏୟାରପୋର୍ଟର ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପରେ ରାଡାର ଅଫିସରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ। ୨୦୧୮ ଏପ୍ରିଲରୁ ଜୁନ ଭିତରେ ଝାରସୁଗୁଡା ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ବୈଠକରେ ଯୋଜନା କରାଯାଇଥିଲା। ଝାରସୁଗୁଡାରେ A-320 ବୋଇଂ ଅବତରଣ […]

jharsuguda

jharsuguda

Rakesh Mallick
  • Published: Friday, 10 February 2017
  • Updated: 10 February 2017, 07:41 PM IST

Sports

Latest News

ଝାରସୁଗୁଡା: ୨୦୧୮ ଏପ୍ରିଲରୁ ଜୁନ ସୁଦ୍ଧା ଝାରସୁଗୁଡା ବିମାନ ବନ୍ଦର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ଏହା କହିଛନ୍ତି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର ଚେୟାରମ୍ୟାନ ଗୁରୁପ୍ରସାଦ ମହାପାତ୍ର। ଆଜି ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଝାରସୁଗୁଡା ଆସି ଗୁରୁପ୍ରସାଦ ଏୟାରପୋର୍ଟର ସମ୍ପ୍ରସାରଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ପରେ ରାଡାର ଅଫିସରେ ଅନୁଷ୍ଠିତ ବୈଠକରେ ଯୋଗଦେଇଥିଲେ।

୨୦୧୮ ଏପ୍ରିଲରୁ ଜୁନ ଭିତରେ ଝାରସୁଗୁଡା ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ବୈଠକରେ ଯୋଜନା କରାଯାଇଥିଲା।

ଝାରସୁଗୁଡାରେ A-320 ବୋଇଂ ଅବତରଣ କରିପାରିବା ଭଳି ୨ଟି ଏୟାର ଷ୍ଟ୍ରିପ୍‌ ନିର୍ମାଣ କରାଯାଉଛି। ୩୦୦ ଯାତ୍ରୀଙ୍କ ପାଇଁ ଟର୍ମିନାଲ ମଧ୍ୟ ନିର୍ମାଣ କରାଯାଉଛି। ଏଥିପାଇଁ ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବୈଠକ ପରେ ଗୁରୁପ୍ରସାଦ ରନ୍‌ ୱେ, ପାଚେରୀ, ଯାତ୍ରୀଙ୍କ ପାଇଁ ପ୍ରେକ୍ଷାଳୟ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ।

ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବାରୁ ଏୟାରପୋର୍ଟ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଏହି ଅବସରରେ ଗୁରୁପ୍ରସାଦଙ୍କୁ ଏକ ସ୍ମାରକପତ୍ର ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos