୨୦୧୯ସୁଦ୍ଧା ୪୦ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଆସନ୍ତା ୨୦୧୯ସୁଦ୍ଧା ୪୦ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ଏଲପିଜିର ଆବଶ୍ୟକତା ଓ ଭିତ୍ତିଭୂମି ସମ୍ପର୍କରେ ମଙ୍ଗଳବାର ସମୀକ୍ଷା କରି ସେ ଏହା କହିଛନ୍ତି। ଚଳିତ ଆର୍ଥିକବର୍ଷରେ ଓଡ଼ିଶାରେ ତୈଳ ଓ ଗ୍ୟାସ ବିତରକ କମ୍ପାନୀମାନଙ୍କ ଦ୍ୱାରା ୭.୫ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯାଇଥିବା ଜଣାପଡ଼ିଛି। ପଶ୍ଚିମଓଡ଼ିଶାରେ ଉପଭୋକ୍ତାଙ୍କ ଏଲପିଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ୨ଟି ନୂତନ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା […]

dhramedra

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:38 AM IST

ଭୁବନେଶ୍ୱର: ଆସନ୍ତା ୨୦୧୯ସୁଦ୍ଧା ୪୦ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯିବ। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ଏଲପିଜିର ଆବଶ୍ୟକତା ଓ ଭିତ୍ତିଭୂମି ସମ୍ପର୍କରେ ମଙ୍ଗଳବାର ସମୀକ୍ଷା କରି ସେ ଏହା କହିଛନ୍ତି।

ଚଳିତ ଆର୍ଥିକବର୍ଷରେ ଓଡ଼ିଶାରେ ତୈଳ ଓ ଗ୍ୟାସ ବିତରକ କମ୍ପାନୀମାନଙ୍କ ଦ୍ୱାରା ୭.୫ଲକ୍ଷ ନୂଆ ଏଲପିଜି ସଂଯୋଗ ଦିଆଯାଇଥିବା ଜଣାପଡ଼ିଛି। ପଶ୍ଚିମଓଡ଼ିଶାରେ ଉପଭୋକ୍ତାଙ୍କ ଏଲପିଜି ଆବଶ୍ୟକତା ପୂରଣ କରିବା ନିମନ୍ତେ ୨ଟି ନୂତନ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ସେ କହିଛନ୍ତି।

ଓଡ଼ିଶାରେ ପେଟ୍ରୋଲିୟମ ଉତ୍ପାଦ ସମ୍ପର୍କିତ ଏଲପିଜି ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ତୈଳ ବିତରକ କମ୍ପାନୀର ଅଧିକାରୀମାନେ ଯୋଗ ଦେଇଥିଲେ।

Related story