ମୃତ୍ୟୁ ସଂଖ୍ୟା ବି ରେକର୍ଡ ଭାଙ୍ଗୁଛି, ରାଜ୍ୟରେ ଆଖି ବୁଜିଲେ ୨୧ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୧୪ଟି ଜିଲ୍ଲାରୁ ଆସିଛି ଏହି ମୃତ୍ୟୁ ଖବର। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ଅନୁଗୋଳ, ଭଦ୍ରକ, କଟକ ଓ ସୁନ୍ଦରଗଡ଼ […]

corona

corona

Niharika Rout
  • Published: Saturday, 08 May 2021
  • Updated: 08 May 2021, 10:52 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୧୪ଟି ଜିଲ୍ଲାରୁ ଆସିଛି ଏହି ମୃତ୍ୟୁ ଖବର। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି।

ଏହି ୨୧ ମୃତକଙ୍କ ମଧ୍ୟରୁ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ଅନୁଗୋଳ, ଭଦ୍ରକ, କଟକ ଓ ସୁନ୍ଦରଗଡ଼ ଜିଲ୍ଳାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଢେଙ୍କାନାଳ,ଗଞ୍ଜାମ, ଜଗତସିଂହପୁର,ଯାଜପୁର,କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ନୂଆପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।

୪ ଜଣଙ୍କ ମୃତ୍ୟୁ ସହିତ କଳାହାଣ୍ଡି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ପାଇଛି। ଅନୁଗୋଳରେ ମୃତ୍ୟୁ ସଂଖ୍ୟା ୪୧ ଛୁଇଁଥିବା ବେଳେ ଭଦ୍ରକରେ ୩୧, କଟକରେ ୧୫୦ ଓ ସୁନ୍ଦରଗଡ଼ରେ ୨୦୭ ହୋଇଛି।

ଢେଙ୍କାନାଳ ଜିଲ୍ଲାରେ ଏଯାବତ କରୋନାରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗଞ୍ଜାମରେ ୨୬୩, ଜଗତସିଂହପୁରରେ ୪୦, ଯାଜପୁରରେ ୨୭, କେନ୍ଦ୍ରାପଡ଼ାରେ ୩୦, କେନ୍ଦୁଝରରେ ୪୬, ଖୋର୍ଦ୍ଧାରେ ୩୮୩, ନୂଆପଡ଼ାରେ ୩୬ ଓ ପୁରୀ ଜିଲ୍ଲାରେ ୧୩୧ ଜଣଙ୍କ ଜୀବନ ଗଲାଣି। ରାଜ୍ୟରେ ଏଯାବତ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୮୦୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos