ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଗଜପତି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୮ ଛୁଇଁଲାଣି। ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଥିବାରୁ କ୍ୱାରେଣ୍ଟାଇନ୍ ଅବଧିକୁ ଅଧିକ କଡ଼ାକଡ଼ି କରି ଦେଇଛି ଜିଲ୍ଲା ପ୍ରଶାସନ। ଗଜପତିକୁ ଫେରୁଥିବା ପ୍ରବାସୀଙ୍କ ପାଇଁ ୨୧ ଦିନିଆ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ କରାଯାଇଛି। ଲକ୍ଷଣ ନ ଥିଲେ ବି ଗଜପତିକୁ ଫେରୁଥିବା ପ୍ରବାସୀଙ୍କୁ ୨୧ ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବାକୁ ପଡ଼ିବ। ଏହାପରେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍କୁ ବାଧ୍ୟତାମୂଳକ। ଏହି ନିୟମକୁ ପାଳନ କରୁଥିବା ପ୍ରବାସୀଙ୍କୁ ୨ ହଜାର ଟଙ୍କା ଆଥିକ ପ୍ରୋତ୍ସାହନ ରାଶି ମଧ୍ୟ ମିଳିବ ବୋଲି ଜଣାଯାଇଛି।
୧୪ ଦିନିଆ କ୍ୱାରେଣ୍ଟାଇନ୍ ପରେ ବି ବହୁ ପ୍ରବାସୀଙ୍କ ସ୍ୱାବ ରିପୋର୍ଟ ପଜିଟିଭ ଆସୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ୨୧ ଦିନ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହିବା ପରେ ହଜାରେ ଟଙ୍କା ନେଇ TMC ଛାଡ଼ିବେ ପ୍ରବାସୀ । ସେଠାରୁ ଘରକୁ ଫେରିବା ପରେ ଆଉ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବେ। ହୋମ କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଆଉ ହଜାରେ ଟଙ୍କା ପାଇବେ। TMCରେ ଥାଇ ଟେଷ୍ଟ ନେଗେଟିଭ ହେଲେ ବି ପୂରା ସମୟ କ୍ୱାରେଣ୍ଟାଇନ୍ରେ ରହିବାକୁ ପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି।