୨୧ ବର୍ଷ ପରେ ସେଇ ରୂପ ନେଇ ଫେରୁଛି ଅମ୍ଫାନ, ବାରଟି ଜିଲ୍ଲାକୁ ବିପଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ଆଗକୁ ବଢୁଛି ଅମ୍ଫାନ। ୧୯୯୯ ପରେ ପ୍ରଥମ ଥର ପାଇଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏଇ ମହାବାତ୍ୟା ପାଇଁ ଉପକୂଳ ଓଡ଼ିଶାରେ ଛନକା ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ସିଧା ସଳଖ ଓଡ଼ିଶାରେ ମାଡ଼ ହେଉ ନଥିଲେ ବି ଉପକୂଳ ବର୍ତ୍ତୀ ୧୨ଟି ଜିଲ୍ଲାକୁ ଏହାର ପ୍ରଭାବ ରହିବ ସବୁଠୁ ଅଧିକ ପ୍ରଭାବ ରହିବ ୫ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଉପରେ […]

bvnm

bvnm

Tapas Behera
  • Published: Monday, 18 May 2020
  • Updated: 18 May 2020, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଇ ଆଗକୁ ବଢୁଛି ଅମ୍ଫାନ। ୧୯୯୯ ପରେ ପ୍ରଥମ ଥର ପାଇଁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏଇ ମହାବାତ୍ୟା ପାଇଁ ଉପକୂଳ ଓଡ଼ିଶାରେ ଛନକା ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହା ସିଧା ସଳଖ ଓଡ଼ିଶାରେ ମାଡ଼ ହେଉ ନଥିଲେ ବି ଉପକୂଳ ବର୍ତ୍ତୀ ୧୨ଟି ଜିଲ୍ଲାକୁ ଏହାର ପ୍ରଭାବ ରହିବ ସବୁଠୁ ଅଧିକ ପ୍ରଭାବ ରହିବ ୫ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଉପରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ସର୍ବାଧିକ ୧୩୫ କିଲୋମିଟର ଯାଏଁ ରହିବାର ଆକଳନ କରାଯାଉଛି।

୨୧ ବର୍ଷ ପରେ ବଙ୍ଗୋପସାଗରରେ ଅତି ଭୀଷଣ ଭୟଙ୍କର ଝଡ଼ । ମହାବାତ୍ୟାର ମହାରୂପ ଧରୁ ଧରୁ ୯୯ ମହାବାତ୍ୟାକୁ ଅଙ୍ଗେ ନିଭାଇଥିବା ଓଡ଼ିଶାରେ ଛନକା। ହେଲେ ଆଶ୍ୱସ୍ତିର କଥା ହେଉଛି ଆମ୍ଫନ ସମୁଦ୍ରରେ ହିଁ ମହାବାତ୍ୟାର ଶକ୍ତି ହ୍ରାସ ପାଇବ ଏବଂ ଭେରି ସିଭିୟର ସାଇକ୍ଲୋନ୍ ରୂପରେ ସ୍ଥଳଭାଗ ଛୁଇଁବ ଏହି ବାତ୍ୟା। ଓଡ଼ିଶାରେ ମାଡ଼ ହେବନି, ବରଂ ଓଡ଼ିଶା ଉପକୂଳ ଦେଇ ଦେଇ ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାଟିଆ ଦ୍ୱୀପ ମଧ୍ୟରେ ଥିବା ସୁନ୍ଦରବନରେ ପାଖାପାଖି ୨୦ ତାରିଖ ଅପରାହ୍ନରୁ ସଂଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ମହାବାତ୍ୟା । ଏହି ସମୟରେ ସମୁଦ୍ର ଭିତରେ ପବନର ବେଗ ଏବେ ଘଣ୍ଟାପ୍ରତି ୨୩୦ରୁ ୨୪୦ କିଲୋମିଟର ଥିବା ବେଳେ ଲ୍ୟାଣ୍ଡଫଲ୍ ସମୟରେ ବେଗ ୧୬୫ରୁ ୧୭୫ କିଲୋମିଟର ଏବଂ ସ୍ଥଳବିଶେଷରେ ଘଣ୍ଟାକୁ ୧୮୫ କିମି ରହିବ । ତେଣୁ ଏହାର ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ଥିବା ବେଳେ ଓଡ଼ିଶାରେ ମଧ୍ୟ ପ୍ରଭାବ ରହିବ।

ତେବେ ବଡ଼ କଥା ହେଉଛି ଓଡ଼ିଶା ଉପକୂଳ ଅତିକ୍ରମ କରିବା ବେଳେ ଏହା ଅତି ତୀବ୍ର ସାମୁଦ୍ରିକ ଝଡ଼ ଅର୍ଥାତ୍ ଏକ୍ସଟ୍ରିମ୍‌ ସିଭିୟର ସାଇକ୍ଲୋନ୍ ରୂପରେ ଥିବ । ତେଣୁ ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ପବନ ବହିବ। ଆଜି ରାତିରୁ ହିଁ ୫ଟି ଜିଲ୍ଲା ଗଜପତି, ଗଂଜାମ, ପୁରୀ, ଜଗତସିଂଗପୁର ଓ କେନ୍ଦ୍ରାପଡା ଜିଲ୍ଲାର କିଛି ସ୍ଥାନରେ ବର୍ଷା ଆରମ୍ଭ ହେବା ସହ ଘଣ୍ଟାପ୍ରତି ୪୫ରୁ ୫୫ ଏବଂ ବେଳେ ବେଳେ ୬୫ କିଲୋମିଟର ବେଗରେ ପବନ ହେବ। ତେବେ ୧୯ ଓ ୨୦ରେ ରାଜ୍ୟରେ ବାତ୍ୟାର ସର୍ବାଧିକ ପ୍ରଭାବ ରହିବ। ଆସନ୍ତାକାଲି ସକାଳେ ଉତ୍ତର ଓଡିଶାର ଜଗତତ୍ସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ୱର, ଭଦ୍ରକ ଓ ମୟୁରଭଂଜରେ ଠାଏ ଠାଏ ଅତି ପ୍ରବଳ ବର୍ଷା ହେବ।  ଏହି ସମୟରେ ଏସବୁ ଜିଲ୍ଲାରେ ପବନରେ ବେଗ ସର୍ବାଧିକ ଘଣ୍ଟାପ୍ରତି ୭୫ କିମି ଯାଏ ରହିବା ନେଇ ଆଶଙ୍କା ରହିଛି।

ଖୋର୍ଦ୍ଧା ଓ ପୁରୀରେ ବି ବର୍ଷା ହେବ ।  ସେପଟେ ୨୦ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରପଡ଼ା, କେନ୍ଦୁଝରରେ ପ୍ରବଳ ବର୍ଷିବ।  ଏହି ସମୟରେ ୫ଟି ଜିଲ୍ଲା ଜଗତସିଂହପୁର, କେନ୍ଦ୍ରପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜରେ ପବନରେ ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦ କିଲୋମିଟର ଏବଂ ସ୍ଥଳ ବିଶେଷରେ ୧୩୫ କିଲୋମିଟର ଯାଏଁ ଛୁଇଁବା ନେଇ ଆକଳନ କରାଯାଇଛି।  ଏହି ଦିନ ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁରରେ ମଧ୍ୟ ସର୍ବାଧିକ ୭୫ କିଲୋମିଟର ବେଗରେ ପବନ ବହିପାରେ। ତେଣୁ ଅମ୍ଫାନ୍ ଅତିକ୍ରମ କରିବା ବେଳେ ଉପକୂଳବର୍ତ୍ତୀ ଏରସମା, ପାରଦୀପ, ରାଜନଗର, ମହାକାଳପଡା, ତିହିଡି, ବାସୁଦେବପୁର, ଧାମରା, ଭୋଗରାଇ ଆଦି ସ୍ଥାନ ବିଶେଷ ଭାବେ ପ୍ରଭାବିତ ହେବା ନେଇ ଆକଳନ କରାଯାଇଛି।

ଗତବର୍ଷ ମେ ମାସରେ ଉପକୂଳ ଓଡ଼ିଶାକୁ ଛାରଖାର କରିଦେଇଥିଲା ଫୋନି । ପରେ ବୁଲ୍‌ବୁଲ୍ ବି ତା କହର ଦେଖାଇଥିଲା । ଆଉ ଏବେ ମହାବାତ୍ୟାର ରୂପ ନେଇ ସାରିଥିବା ସମର ସାଇକ୍ଲୋନ ଅମ୍ପନରେ ରାଜ୍ୟର ୧୨ ଜିଲ୍ଲାରେ ସୃଷ୍ଟି କରିଛି କମ୍ପନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story