୨୧ରୁ ପ୍ରତି ଗାଁ ଓ ଘରକୁ ଯିବ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ୩୬ଦିନ ଧରି ଚଳାଇଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିଛି। ଗତକାଲି ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ ସଭା କରିବା ପରେ ଆସନ୍ତା ୨୧ ତାରିଖରୁ ପ୍ରତି ଗାଁ ଏବଂ ଘରକୁ ଯାଇ ଅଭିଭାବକଙ୍କୁ ଭେଟି ଆନ୍ଦୋଳନକୁ ସହଯୋଗ କରିବାକୁ ସଂଘ ନିବେଦନ କରିବ। ୨୩ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖିବ ସଂଘ। ଏହାପରେ ୨୫ରୁ ୨୬ତାରିଖ ପର୍ଯ୍ୟନ୍ତ ୨ଦିନ ଧରି ସମସ୍ତ […]

teacher

teacher

Rakesh Mallick
  • Published: Wednesday, 16 September 2015
  • Updated: 16 September 2015, 05:24 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ୩୬ଦିନ ଧରି ଚଳାଇଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିଛି। ଗତକାଲି ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ସହ ପ୍ରତିବାଦ ସଭା କରିବା ପରେ ଆସନ୍ତା ୨୧ ତାରିଖରୁ ପ୍ରତି ଗାଁ ଏବଂ ଘରକୁ ଯାଇ ଅଭିଭାବକଙ୍କୁ ଭେଟି ଆନ୍ଦୋଳନକୁ ସହଯୋଗ କରିବାକୁ ସଂଘ ନିବେଦନ କରିବ। ୨୩ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରଖିବ ସଂଘ। ଏହାପରେ ୨୫ରୁ ୨୬ତାରିଖ ପର୍ଯ୍ୟନ୍ତ ୨ଦିନ ଧରି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯିବ ବୋଲି ସଂଘ କହିଛି। ଦାବି ପୂରଣ ନହେଲେ ଆସନ୍ତା ୩୦ ତାରିଖରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ସଚିବାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ବ୍ଲକ ଗ୍ରାଣ୍ଟ ଶିକ୍ଷକ ଓ କର୍ମଚାରୀ ସଂଘ ମଧ୍ୟ ଗତ ଏକ ମାସ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos