ଭୁବନେଶ୍ୱରରୁ ଚିହ୍ନଟ ହେଲେ ୨୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଚିହ୍ନଟ ହୋଇଛନ୍ତି ୨୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୧୯ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି। Update on newly detected & cured #COVID19 cases in the last 24 hrs under the BMC area on 24th Jun 2020(till 9am). Further contact tracing is still continuing. Primary contacts & nearby houses are […]

COrona-5-2

Niharika Rout
  • Published: Wednesday, 24 June 2020
  • , Updated: 24 June 2020, 02:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସହରରୁ ଚିହ୍ନଟ ହୋଇଛନ୍ତି ୨୨ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୩ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ୧୯ଟି ଲୋକାଲ କେସ୍‌ ବୋଲି ଜଣାପଡ଼ିଛି।

୩ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୨୯ ବର୍ଷୀୟ ରେଳ କର୍ମଚାରୀ ଥିବା ବେଳେ ସେ ଦିଲ୍ଲୀରୁ ଫେ଼ରିଥିଲେ। ଅନ୍ୟ ୨ଜଣଙ୍କ ମଧ୍ୟରୁ ଜଣେ କୋଲକତାରୁ ଫେରିଥିବା ବେଳେ ଅନ୍ୟ ଜଣେ ଦିଲ୍ଲୀ ଫେରନ୍ତାଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

୧୯ ଲୋକାଲ କେସ୍ ମଧ୍ୟରୁ ୧୬ଜଣ ଏକ ଘରୋଇ ହସ୍ପିଟାଲ କର୍ମଚାରୀ।  ସେମାନଙ୍କ ମଧ୍ୟରୁ ୩ ପୁରୁଷ ଏବଂ ୧୩ ଜଣ ମହିଳା କର୍ମଚାରୀ ବୋଲି ଜଣାପଡ଼ିଛି।

ଅପରପକ୍ଷେ ରାଜଧାନୀର ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବିଏମ୍‌ସି ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।

Related story