ଓଏଏସ୍ ବରିଷ୍ଠ ପାହ୍ୟାରେ ୨୨୦ଟି ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ଏହି ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି। ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଓଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ରର ପୁନର୍ବିନ୍ୟାସ […]

Sachivalaya

Sachivalaya

Ordigital Desk
  • Published: Wednesday, 09 June 2021
  • Updated: 09 June 2021, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପାହ୍ୟାରେ ଆଉ ୨୨୦ଟି ନୂଆ ପଦବୀ ସୃଷ୍ଟି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାସହିତ ଓଏଏସ୍ ପାହ୍ୟାରେ ଥିବା ମୋଟ ମଞ୍ଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୧୯୦୩ରୁ ୨୧୨୩କୁ ବୃଦ୍ଧି ପାଇଛି। ଓଏଏସ୍ ପଦବୀର ବରିଷ୍ଠ ପାହ୍ୟାରେ ଏହି ମୋଟ ୨୨୦ଟି ପଦବୀ ସୃଷ୍ଟି ହୋଇଛି ଓ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ସମାନ ରହିଛି।

ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଓଡ଼ିଶା ପ୍ରଶାସନିକ ସେବା କ୍ୟାଡ଼ରର ପୁନର୍ବିନ୍ୟାସ କରାଯାଇଛି। ଓଏଏସ୍ ଅଧିକାରୀମାନେ ରାଜ୍ୟ ପ୍ରଶାସନରେ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ବିଭିନ୍ନ ବିଭାଗର ଆବଶ୍ୟକତା ଅନୁସାରେ ଏହି ସେବାର ଅଧିକାରୀମାନଙ୍କୁ ବିଭିନ୍ନ ସ୍ତରରେ ନିଯୁକ୍ତି ପ୍ରଦାନ କରିବା ନିମନ୍ତେ ଅତିରିକ୍ତ ପଦବୀର ଆବଶ୍ୟକତା ରହିଛି । ଓଏଏସ୍ ଅଫିସରଙ୍କ ପଦୋନ୍ନତି ପ୍ରକ୍ରିୟାକୁ ଗତିଶୀଳ ଓ ସୁସଙ୍ଗତ କରିବା ପାଇଁ ରାଜ୍ୟ ସରକାର ବରିଷ୍ଠସ୍ତରରେ ପଦବୀ ବୃଦ୍ଧି କରିଛନ୍ତି।

ତେବେ ଓଏଏସ ଏଣ୍ଟ୍ରି ଲେଭଲ୍ ପଦବୀ ସଂଖ୍ୟା ୧୧୮୮କୁ ଅପରିବର୍ତ୍ତିତ ରଖି ଓଏଏସ୍ ଗ୍ରୁପ-ଏ(ସିନିୟର ବ୍ରାଂଚ) ପାହ୍ୟାରେ ଅଧିକ ୫୫ଟି ପଦବୀ, ଓଏଏସ (ସୁପର ଟାଇମ୍ ସ୍କେଲ) ପାହ୍ୟାରେ ଅଧିକ ୩୫ଟି, ଓଏଏସ୍ (ସୁପରିଅର ଆଡମିନିଷ୍ଟ୍ରେଟିଭ୍ ଗ୍ରେଡ୍‌) ପାହ୍ୟାରେ ଅଧିକ ୯୦ଟି, ଓଏଏସ( ସ୍ପେଶାଲ ସେକ୍ରେଟାରୀ) ପାହ୍ୟାରେ ଅଧିକ ୪୦ଟି ପଦବୀକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ପୂର୍ବରୁ ଓଏଏସ୍‌ ସୁପର ଟାଇମ୍ ସ୍କେଲରେ ୩୩୦ ପଦବୀ ଥିବା ବେଳେ ଏହା ୩୮୫କୁ ବୃଦ୍ଧି ପାଇଛି। ସେହିପରି ଓଏଏସ୍‌ ସ୍ପେଶାଲ ସେକ୍ରେଟାରୀରେ ୨୫ ବଦଳରେ ୬୫ଟି ପଦ ସୃଷ୍ଟି ହୋଇଛି। ଓଡ଼ିଶା ପ୍ରଶାସନିକ ସେବା ସଂଘ ପକ୍ଷରୁ ଦୀର୍ଘଦିନ ଧରି ବରିଷ୍ଠ ପାହ୍ୟାର ପଦବୀ ସଂଖ୍ୟା ବୃଦ୍ଧି ପାଇଁ ଦାବି ହେଉଥିଲା।

ସେହିପରି ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି।
୨୦୨୦ ଡିସେମ୍ବର ୨୮ତାରିଖରେ ରାଜ୍ୟ କ୍ୟାବିନେଟରେ ନିଆଯାଇଥିବା ନିଷ୍ପତ୍ତି କୁ କାର୍ଯ୍ୟକାରୀ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ-୨୧ରେ ଥିବା ବ୍ୟବସ୍ଥାରେ ସଂଶୋଧନ ଆବଶ୍ୟକ ହୋଇଥିଲା, ଯାହାକୁ କ୍ୟାବିନେଟ ଆଜି ସଂଶୋଧନ ପାଇଁ ମଞ୍ଜୁରୀ ଦେଇଛନ୍ତି।

ଓଡ଼ିଶା ସରକାରୀ କର୍ମଚାରୀଙ୍କ ଆଚରଣ ନିୟମାବଳୀ-୧୯୫୯ର ନିୟମ ୨୧ରେ ଧାର୍ଯ୍ୟ ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତଥା ଏହାର ମୂଲ୍ୟ ବିଷୟରେ ଏକ ସତ୍ୟ ଓ ସମ୍ପୂର୍ଣ୍ଣ ଘୋଷଣା କରିବା ଆବଶ୍ୟକ। ତେବେ ରାଜ୍ୟ କ୍ୟାବିନେଟ ୨୦୨୦ ଡିସେମ୍ବର ୨୮ରେ ନେଇଥିବା ନିଷ୍ପତ୍ତି ଅନୁସାରେ ସମସ୍ତ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧିମାନେ ବାର୍ଷିକ ସମ୍ପତ୍ତି ବିବରଣୀ ସରକାରଙ୍କ ନିକଟରେ ଦାଖଲ କରିବା ଆବଶ୍ୟକ। ଏହାକୁ ସାଧାରଣ ଲୋକଙ୍କ ସୂଚନା ପାଇଁ ସାର୍ବଜନୀନ କରାଯିବ। ଏହି ସମ୍ପତ୍ତି ବିବୃତ୍ତିର ଏକ ନକଲ ମଧ୍ୟ ଲୋକାୟୁକ୍ତଙ୍କ ସୂଚନା ପାଇଁ ପଠାଯିବ। ତେବେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ନିୟାମବଳୀରେ ସଂଶୋଧନ ଆବଶ୍ୟକ ପଡ଼ିଥିଲା, ଯେଉଁଥିପାଇଁ କ୍ୟାବିନେଟ ଆଜି ପୁଣି ଏକ ସଂଶୋଧନକୁ ମଞ୍ଜୁରୀ ଦେଇଛନ୍ତି।

ସେହିପରି ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀ-୨୦୧୧’ର ସଂକ୍ଷିପ୍ତ ସଂଶୋଧନକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି। ପ୍ରଶିକ୍ଷଣ ନିମନ୍ତେ ଆଧୁନିକ ଜ୍ଞାନକୌଶଳର ବହୁଳ ଭାବେ ଉପଯୋଗ କରାଯାଉଥିବାରୁ ଏହି ସଂଶୋଧନ ହୋଇଛି। ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ସିଧାସଳଖ ନିଯୁକ୍ତି ପାଉଥିବା ଓଡ଼ିଶା ଟିକସ ଓ ହିସାବ ସେବାର ଅଧିକାରୀମାନେ ଉକ୍ତ ସେବାରେ ସ୍ଥାୟୀ ହେବାନିମନ୍ତେ ମଧୁସୂଦନ ଦାସ ଆଂଚଳିକ ଆର୍ଥିକ ପରିଚାଳନା ପ୍ରତିଷ୍ଠାନରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶିକ୍ଷଣର ଅବଧିକୁ ଏକ ବର୍ଷ ପରିବର୍ତ୍ତେ ୧୦ମାସ ଧାର୍ଯ୍ୟ କରାଗଲା।

ସେହିପରି ପ୍ରସ୍ତାବିତ ‘ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା, ଗ୍ରୁପ୍‌-ସି ନିଯୁକ୍ତି ସର୍ତ୍ତାବଳୀ ନିୟମ-୧୯୮୩ର ନିୟମ ୪(କ)ରେ ପୁନଃସଂଶୋଧନ ଦ୍ୱାରା ପ୍ରାଣୀଧନ ନିରୀକ୍ଷକ ନିମନ୍ତେ ଉଦ୍ଦିଷ୍ଟ ମଞ୍ଜୁରୀପ୍ରାପ୍ତ ପଦବୀର ୯୦% ସିଧାସଳଖ ନିଯୁକ୍ତି ମାଧ୍ୟମରେ ଓ ଅବଶିଷ୍ଟ ୧୦% ଯୋଗ୍ୟ ବିବେଚିତ ଗ୍ରୁପ୍‌-ଡି ପ୍ରାର୍ଥୀମାନଙ୍କ ଦ୍ୱାରା ପୂରଣ କରାଯାଇ ପାରିବ ବୋଲି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story