ମେଷ: କୌଣସି କାର୍ଯ୍ୟ କରିବା ପୂର୍ବରୁ ସତର୍କ ରୁହନ୍ତୁ । ଅର୍ଥକୁ ନେଇ ଚିନ୍ତିତ ରହିବେ । ନିଜ ଲୋକଙ୍କଠାରୁ କଷ୍ଟର ଅନ୍ତ ଘଟିବ। ଦୂର ଯାତ୍ରା କରନ୍ତୁ ନାହିଁ । ପ୍ରତିକାର-ହଳଦୀ ଜଳରେ ସ୍ନାନ କରନ୍ତୁ ।
ବୃଷ: ସୋଶାଲ ମିଡିଆରେ ବହୁତ ପ୍ରଶଂସା ମିଳିବ। ସମ୍ପର୍କୟଙ୍କ ଦ୍ୱାରା ବହୁ କାର୍ଯ୍ୟ ସମ୍ପାଦିତ ହୋଇଯିବ। ଭାଇ ଭଉଣୀଙ୍କ ସହିତ ସମସ୍ୟାର ଆଲୋଚନା କରି ସମାଧାନର ବାଟ ବାହାରିଯିବ । ପ୍ରତିକାର– ଛୋଟ ପିଲାଙ୍କୁ କିଛି ଉପହାର ଦିଅନ୍ତୁ ।
ମିଥୁନ: ଜୀବନସାଥୀଙ୍କ ଦ୍ୱାରା ଆଜି ଆପଣଙ୍କ ଭାଗ୍ୟ ବଦଳିଯିବ। ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଜୀବନ ସାଥୀଙ୍କୁ ନେଇ କୌଣସି ମତଭେଦ ଥିଲେ ଆଜି ତାହା ଦୂର ହୋଇଯିବ। ପ୍ରତିକାର- ପାରାକୁ ଅରୁଆ ଚାଉଳ ଖାଇବାକୁ ଦିଅନ୍ତୁ ।
କର୍କଟ: ବ୍ୟବସାୟ ବାଣିଜ୍ୟରୁ ଆଶାଠାରୁ ଅଧିକ ଲାଭବାନ ହେବେ । ସାମାଜିକ ପ୍ରତିଷ୍ଠା ବଢିବ। ଅର୍ଥ ଆୟ ପାଇଁ ବ୍ୟବସାୟରେ ନୂତନ କୌଶଳ ପ୍ରୟୋଗ କରିବେ । କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ । ପ୍ରତିକାର-ଚନ୍ଦନ ଓ କର୍ପୂର ଶିବଲିଙ୍ଗରେ ଅର୍ପଣ କରନ୍ତୁ ।
ସିଂହ: ଯାହା ଭାବୁଚନ୍ତି ତାହା ଆଜି ପାଇପାରିବେନି । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। କଳି ଝଗଡା ଠାରୁ ଦୂରେଇ ରୁହନ୍ତୁ । ଶତ୍ରୁ ଆପଣଙ୍କର କ୍ଷତି କରି ପାରିବେ ନାହିଁ । ପ୍ରତିକାର-ବଜରଙ୍ଗ ବାଣ ପାଠ କରନ୍ତୁ।
କନ୍ୟା: ପୂର୍ବରୁ କରିଥିବା କାର୍ଯ୍ୟର ଫଳ ମିଳିବ। ଧର୍ମ ଅନୁଷ୍ଠାନ ସହ ଯୋଡି ହେବେ । ପୂଜା ପାଠ ଆଧ୍ୟାତ୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ,ଗୁରୁଙ୍କ ଆଶିର୍ବାଦ ମିଳିବ। ପ୍ରତିକାର- ଗୀତା ପାଠ କରନ୍ତୁ ।
ତୁଳା: ଅପ୍ରିୟ ସତ କହି ସମାଲୋଚନାର ପାତ୍ର ହେବେ । ମାନସିକ ଦୁଶ୍ଚିନ୍ତା ବଢିବ। ମା’ଙ୍କ ଠାରୁ ଉପହାର ଓ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପ୍ରତିକାର- ଗୋମାତାଙ୍କୁ କ୍ଷୀରି ଖାଇବାକୁ ଦିଅନ୍ତୁ।
ବିଛା: ପରିବାରରେ ଭଲ ବୁଝାମଣା ହୋଇପାରେ। ଅଯଥା ଖର୍ଚ୍ଚକୁ ଏଡାଇ ଦିଅନ୍ତୁ । ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି କୌଣସି କାର୍ଯ୍ୟ କରନ୍ତୁ ନାହିଁ । ପ୍ରତିକାର-ସୂର୍ଯ୍ୟଙ୍କୁ ଗୁଡ ଜଳ ଅର୍ପଣ କରନ୍ତୁ ।
ଧନୁ: ପରିବାରକୁ ପାଖରେ ପାଇ ମନରେ ଖୁସି ରହିବ। ମନ ପସନ୍ଦର କାର୍ଯ୍ୟ କରିବେ । ପୂଜା ପାଠରେ ଆଗ୍ରହ ବଢିବ, କୌଣସି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଆପଣଙ୍କୁ ସାହାଯ୍ୟ କରିବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।
ମକର: ନିଜ ଲୋକଙ୍କଠାରୁ ଖୁସି ପାଇବେ, ପିଲାମାନଙ୍କ ସହିତ ସୁନ୍ଦର ସମୟ ଅତିବାହିତ କରିବେ । ନୂତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ । ଯାହାକୁ ଭଲ ପାଉଛନ୍ତି ତାଙ୍କୁ ସନ୍ଦେହ କରନ୍ତୁ ନାହିଁ। ପ୍ରତିକାର- ମୟୂର ପୁଛରେ ନିଜ ଦେହକୁ ଝାଡି ନିଅନ୍ତୁ ।
କୁମ୍ଭ: ମା’ଙ୍କ ସହିତ ମନମାଳିନ୍ୟ ହୋଇପାରେ, କିନ୍ତୁ କ୍ରୋଧରେ କିଛି କୁହନ୍ତୁ ନାହିଁ । ଇଛା ନଥିବା ସ୍ଥାନକୁ ଭ୍ରମଣ କରିବେ । ଗାଡି ଧିରେ ଚଳାନ୍ତୁ, ଯାତ୍ରା କଷ୍ଟ ରହିଛି । ପ୍ରତିକାର- ଗଣେଶଙ୍କୁ କର୍ପୂର ଆଳତୀ କରନ୍ତୁ ।
ମୀନ: ବହୁତ ଗୁଡାଏ କାର୍ଯ୍ୟରେ ଛନ୍ଦି ହୋଇଯିବେ। କାର୍ଯ୍ୟଭାର ବଢି ଚାଲିବ । ବ୍ୟବସାୟରେ ଆଜି ଅର୍ଥ ଲଗାନ୍ତୁ ନାହିଁ । ପାଖ ଜାଗାକୁ ଯାତ୍ରା କରିବେ। ପ୍ରତିକାର- ଷଣ୍ଢକୁ ରୁଟି ଆଉ ଗୁଡ ଖାଇବାକୁ ଦିଅନ୍ତୁ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।