ବାହାରେ ମଳ ତ୍ୟାଗ କରିବାରୁ ରାସନ୍‌ ସାମଗ୍ରୀ ବନ୍ଦ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବାହାରେ ମଳ ତ୍ୟାଗ କରିବା ମହଙ୍ଗା ପଡ଼ିଲା। ବନ୍ଦ ହେଲା ରାସନ୍ ସାମଗ୍ରୀ। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ। ବାହାରେ ମଳ ତ୍ୟାଗ କରିବାରୁ ସରପଞ୍ଚ ସୁଶାନ୍ତ ସ୍ୱାଇଁ ଗୌତମୀ ପଞ୍ଚାୟତର ୨୪ଟି ପରିବାରକୁ ଅକ୍ଟୋବର ମାସର ରାସନ୍ ସାମଗ୍ରୀ ବନ୍ଦ କରି ଦେଇଛନ୍ତି। ତେବେ  ପୂର୍ବରୁ ଗ୍ରାମବାସୀଙ୍କୁ ବାହ୍ୟ ମଳ ତ୍ୟାଗ ନିମନ୍ତେ ବାରଣ କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ଏହାସତ୍ତ୍ୱେ  ୨୪ଟି […]

berhmpur

Jyoshna Pradhan
  • Published: Friday, 01 November 2019
  • , Updated: 01 November 2019, 02:34 PM IST

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବାହାରେ ମଳ ତ୍ୟାଗ କରିବା ମହଙ୍ଗା ପଡ଼ିଲା। ବନ୍ଦ ହେଲା ରାସନ୍ ସାମଗ୍ରୀ। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତରେ।

ବାହାରେ ମଳ ତ୍ୟାଗ କରିବାରୁ ସରପଞ୍ଚ ସୁଶାନ୍ତ ସ୍ୱାଇଁ ଗୌତମୀ ପଞ୍ଚାୟତର ୨୪ଟି ପରିବାରକୁ ଅକ୍ଟୋବର ମାସର ରାସନ୍ ସାମଗ୍ରୀ ବନ୍ଦ କରି ଦେଇଛନ୍ତି। ତେବେ  ପୂର୍ବରୁ ଗ୍ରାମବାସୀଙ୍କୁ ବାହ୍ୟ ମଳ ତ୍ୟାଗ ନିମନ୍ତେ ବାରଣ କରାଯାଇଥିଲା। ଏନେଇ ସଚେତନତା ବି ସୃଷ୍ଟି କରାଯାଇଥିଲା। ଏହାସତ୍ତ୍ୱେ  ୨୪ଟି ପରିବାର ଏହି ନିୟମକୁ ମାନି ନଥିଲେ। ଯାହା ପରେ ସରପଞ୍ଚ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି। ତେବେ ସରପଞ୍ଚଙ୍କ ଏହି ପଦକ୍ଷେପକୁ ଜିଲ୍ଲା ପ୍ରଶାସନ ନାପସନ୍ଦ କରିଥିବା ଜଣାପଡ଼ିଛି।

Related story