କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ସମେତ ୧୭ ଗିରଫ

କଟକ (ଓଡ଼ିଶା ରିପୋର୍ଟର): କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ପୁଲିସ୍‌ ଗିରଫ କରିଛି। ଏହା ସହ ପୁଲିସ୍ ୩ କର୍ପୋରେଟର୍ ଓ ୧୩ ଜଣ ଦଳୀୟ କର୍ମୀଙ୍କୁ ଗିରଫ କରିଛି। ମହମ୍ମଦ ମୋକିମଙ୍କ ଘରେ ପୁଲିସ୍ ଚଢ଼ଉ କରିଥିଲା। ସେହିପରି କର୍ପୋରେଟରଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେମାନଙ୍କୁ ପୁଲିସ୍ ଘରୁ ଉଠାଇ ନେଇଥିଲା। ଗିରଫ ହେବା ପରେ ମହମ୍ମଦ ମୋକିମ କହିଛନ୍ତି,“ଆମେ ପ୍ରତିବାଦ କରିବାରୁ […]

mokim

mokim

Jyoshna Pradhan
  • Published: Thursday, 13 September 2018
  • Updated: 13 September 2018, 06:05 AM IST

କଟକ (ଓଡ଼ିଶା ରିପୋର୍ଟର): କଟକ ପୁରୀଘାଟ ଥାନାରେ ଭଙ୍ଗାରୁଜା ଅଭିଯୋଗ ଘଟଣାରେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମଙ୍କୁ ପୁଲିସ୍‌ ଗିରଫ କରିଛି। ଏହା ସହ ପୁଲିସ୍ ୩ କର୍ପୋରେଟର୍ ଓ ୧୩ ଜଣ ଦଳୀୟ କର୍ମୀଙ୍କୁ ଗିରଫ କରିଛି।

ମହମ୍ମଦ ମୋକିମଙ୍କ ଘରେ ପୁଲିସ୍ ଚଢ଼ଉ କରିଥିଲା। ସେହିପରି କର୍ପୋରେଟରଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ସେମାନଙ୍କୁ ପୁଲିସ୍ ଘରୁ ଉଠାଇ ନେଇଥିଲା।

ଗିରଫ ହେବା ପରେ ମହମ୍ମଦ ମୋକିମ କହିଛନ୍ତି,“ଆମେ ପ୍ରତିବାଦ କରିବାରୁ ଆକ୍ରୋଶମୂଳକ ଭାବେ ରାଜନୀତିକ ଉଦ୍ଦେଶ୍ୟ ରଖି ଗିରଫ କରାଯାଇଛି। ତା’ସହ ପୁଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।”

କଟକ ଡିସିପି କହିଛନ୍ତି ଯେ ମୋଟ ୨୪ ଅଟକ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଗିରଫ କରାଯାଇଛି। ୧୦ ଜଣଙ୍କ ନାଁରେ ଏକାଧିକ ମାମଲା ରହିଛି। ମହମ୍ମଦ ମୋକିମ୍‌ଙ୍କ ନାଁରେ ୫ଟି ମାମଲା ରହିଛି।

ପ୍ରଥମେ ସୂଚନା ଆସିଥିଲା ୨୪ ଜଣଙ୍କୁ ଗିରଫ କରାଯାଇଛି। ତେବେ ଡିସିପି ସ୍ପଷ୍ଟ କରିଛନ୍ତି ଯେ ୧୭ ଜଣଙ୍କୁ ଗିରଫ କରାଯାଇଛି।

ଗତ ମଙ୍ଗଳବାର ଜଣେ ୱାରେଣ୍ଟିକୁ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀ ଥାନାରେ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ଏଥିସହ କଂଗ୍ରେସ କର୍ମୀ ଥାନା ସାମ୍ନା ରାସ୍ତାକୁ ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos