ଅସହ୍ୟ ଯନ୍ତ୍ରଣା; ଇଚ୍ଛାମୃତ୍ୟୁ ଚାହୁଁଛନ୍ତି ହେମନ୍ତ

ପୁରୀ (ପ୍ରଦୀପ ମହାନ୍ତି): ଯେଉଁ ବୟସରେ ରୋଜଗାର କରି ପରିବାର ଚଳାଇବା କଥା, ସେ ବୟସରେ ସେ ଶଯ୍ୟାଶାୟୀ। ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ଯନ୍ତ୍ରଣା ସହି ନପାରି ସେ ଇଚ୍ଛାମୃତ୍ୟୁ ମନସ୍ଥ କରୁଛନ୍ତି।

ଦୀର୍ଘ ଚାରି ବର୍ଷ ହେଲା ଶଯ୍ୟାଶାୟୀ ଥିବା ଏହି ଯୁବକଙ୍କ ନାଁ ହେମନ୍ତ ସାହୁ। ବୟସ ମାତ୍ର ୨୪ ବର୍ଷ। ତାଙ୍କ ଘର ପୁରୀ ଜିଲ୍ଲା ନିମାପଡ଼ା ବରୁଣ ଶାସନ ଅଞ୍ଚଳରେ। ତାଙ୍କର ସ୍ନାୟବିକ ବ୍ୟବସ୍ଥା ପୂରା ଫେଲ୍ ମାରିଛି। ତେଣୁ ହାତଗୋଡ଼ ଅଚଳ ହୋଇଯାଇଛି। ସେ ବିଛଣାରେ ପଡ଼ି ରହିଛନ୍ତି।

୨୦୧୪ ମସିହାରେ ଏକ ପକ୍କାଘର ନିର୍ମାଣରେ କାମ କରୁଥିବା ବେଳେ ହେମନ୍ତ ଉପରୁ ପଡ଼ି ଯାଇଥିଲେ। ଏଥିଯୋଗୁ ବେକ ପାଖରେ ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିଲା ତା’ ପରଠୁ ଏହି ଅବସ୍ଥା। ୧୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ପଡ଼ିଲେଣି ମାଆ ସୁଲୋଚନା।

(image) ସୁଲୋଚନା ଆଉ ପୁଅର ଦୁଃଖ ଦେଖି ପାରୁ ନାହାନ୍ତି। ଅନ୍ୟପକ୍ଷେ ଯନ୍ତ୍ରଣା ସହି ହେଉ ନଥିବା ଯୋଗୁ ତାଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଆଯାଉ ବୋଲି ହେମନ୍ତ କହିଛନ୍ତି।

ଏବେ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଚିକିତ୍ସିତ ହେଉଛନ୍ତି ହେମନ୍ତ। ଡାକ୍ତର କହୁଛନ୍ତି, ହେମନ୍ତ ଠିକ୍ ହୋଇ ପାରିବେ। ତେବେ ଏଥିପାଇଁ ଦରକାର ଉପଯୁକ୍ତ ଚିକିତ୍ସା। ଏଥିପାଇଁ ୫୦ ହଜାରରୁ ଲକ୍ଷେ ଟଙ୍କା ଦରକାର। ଏହା ଦ୍ୱାରା ହେମନ୍ତ କଠିନ କାମ ନ କରିପାରିଲେ ମଧ୍ୟ ସାଧାରଣ ଜୀବନଯାପନ ଅତିବାହିତ କରିପାରିବେ।

ଅନେକ କାକୁତି ମିନତି ପରେ ମଧ୍ୟ ହେମନ୍ତଙ୍କ ପାଖରେ ଏଯାଏ ପହଞ୍ଚି ପାରିନି ପ୍ରଶାସନ। ଯଦି ତାଙ୍କୁ ସରକାରୀ ସାହାଯ୍ୟ ମିଳି ପାରନ୍ତା, ହୁଏତ ସେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଆନ୍ତେ।

https://youtu.be/2IpoCziAwWg

Ordigital Desk
• Published: Tuesday, 06 November 2018
• Updated: 06 November 2018, 09:49 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos