୨୦୧୮-୧୯ରେ ବିଜେଡିକୁ ମିଳିଛି ୨୪୦କୋଟି ଟଙ୍କାର ଚାନ୍ଦା, ମୁଖ୍ୟମନ୍ତ୍ରୀ ଦେଇଛନ୍ତି ୫ଲକ୍ଷ ଟଙ୍କା ଚାନ୍ଦା

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପୂର୍ବରୁ କେବଳ ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ବିଜେଡିକୁ ୨୪୦.୮୧ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେଡିକୁ ୨୦ହଜାର ଟଙ୍କାରୁ ଯେଉଁସବୁ ଅଧିକ ଚାନ୍ଦା ମିଳିଛି ସେଥିରେ ପ୍ରାୟ ୯୮% ଇଲେକ୍ଟ୍ରୋରାଲ ବଣ୍ଡ ଆକାରରେ ମିଳିଥିବାବେଳେ ମାତ୍ର ୩୨ ଲକ୍ଷ ଟଙ୍କା ଦଳୀୟ ନେତା ଓ କର୍ମୀମାନେ ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେଡିକୁ ୫ଲକ୍ଷ ଟଙ୍କା ଚାନ୍ଦା ଚେକ୍ ଆକାରରେ ଦେଇଥିବା ଜଣାପଡ଼ିଛି। ବିଜେଡି ପକ୍ଷରୁ ଚଳିତମାସ ୧୪ତାରିଖ ଦିନ […]

694033-naveen-patnaik-dna-750x430

694033-naveen-patnaik-dna-750x430

Tapas Behera
  • Published: Sunday, 17 November 2019
  • Updated: 17 November 2019, 09:18 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): ସାଧାରଣ ନିର୍ବାଚନ ପୂର୍ବରୁ କେବଳ ୨୦୧୮-୧୯ ଆର୍ଥିକ ବର୍ଷରେ ଶାସକ ବିଜେଡିକୁ ୨୪୦.୮୧ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେଡିକୁ ୨୦ହଜାର ଟଙ୍କାରୁ ଯେଉଁସବୁ ଅଧିକ ଚାନ୍ଦା ମିଳିଛି ସେଥିରେ ପ୍ରାୟ ୯୮% ଇଲେକ୍ଟ୍ରୋରାଲ ବଣ୍ଡ ଆକାରରେ ମିଳିଥିବାବେଳେ ମାତ୍ର ୩୨ ଲକ୍ଷ ଟଙ୍କା ଦଳୀୟ ନେତା ଓ କର୍ମୀମାନେ ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେଡିକୁ ୫ଲକ୍ଷ ଟଙ୍କା ଚାନ୍ଦା ଚେକ୍ ଆକାରରେ ଦେଇଥିବା ଜଣାପଡ଼ିଛି।
ବିଜେଡି ପକ୍ଷରୁ ଚଳିତମାସ ୧୪ତାରିଖ ଦିନ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରାଯାଇଥିବା ବାର୍ଷିକ ରିପୋର୍ଟ ଅନୁସାରେ, କ୍ଷମତାସୀନ ବିଜେଡିକୁ ମିଳିଥିବା ମୋଟ ଚାନ୍ଦା ମଧ୍ୟରୁ କେବଳ ୨୧୧.୫୦କୋଟି ଟଙ୍କା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ୬ଟି ବଣ୍ଡରୁ ମିଳିଛି। ବିଜେଡିକୁ ଯଥାକ୍ରମେ ୨ କୋଟି, ୨୦କୋଟି, ୫୫କୋଟି, ୪୮କୋଟି, ୬୯କୋଟି ଓ ସାଢ଼େ ୧୭କୋଟି ଟଙ୍କାର ୬ଟି ଇଲେକ୍ଟ୍ରୋରାଲ ବଣ୍ଡକୁ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ବିକ୍ରି ମାଧ୍ୟମରେ ମିଳିଛି। ଏସବୁ ଚାନ୍ଦା ବିଜେଡିକୁ ପ୍ରୋମିସରି ନୋଟ୍ (ପ୍ରତିଜ୍ଞା ପତ୍ର) ମାଧ୍ୟମରେ ମିଳିଥିଲା।

ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ଏବି ଜେନେରାଲ ଇଲେକ୍ଟ୍ରେରାଲ ଟ୍ରଷ୍ଟ୍ ମାଧ୍ୟମରେ ବିଜେଡିକୁ ୫ଟି ପର୍ଯ୍ୟାୟରେ ୨୭କୋଟି ଟଙ୍କାର ଚାନ୍ଦା ମିଳିଛି। ଦେଶର ପ୍ରମୁଖ କମ୍ପାନୀ ଆଦିତ୍ୟ ବିର୍ଲା ଗ୍ରୁପ୍, ଅଲଟ୍ରାଟେକ୍ ସିମେଣ୍ଟ, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଓ ଗ୍ରାସିମ୍ ଇଣ୍ଡଷ୍ଟିଜ୍ , ଏସେଲ୍ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜକୁ ନେଇ ଏହି ଟ୍ରଷ୍ଟ ଗଠନ ହୋଇଛି।
ସେହିପରି ଡିଏଲଏଫ ଲିମିଟେଡ୍, ଭାରତୀ ଏୟାରଟେଲ୍, ଜିଏମଆର ଏୟାରପୋର୍ଟସ, ଡିସିଏମ୍ ଶ୍ରୀରାମ ଲିଃ ଓ ଜୁବିଲାଣ୍ଟ ଫୁଡୱାର୍କ ଲିଃକୁ ନେଇ ଗଠିତ ପ୍ରୁଡେଣ୍ଟ୍ ଇଲେକ୍ଟ୍ରେରାଲ ଟ୍ରଷ୍ଟ୍ ପକ୍ଷରୁ ମଧ୍ୟ ବିଜେଡିକୁ ୩ଟି ପର୍ଯ୍ୟାୟରେ ୨କୋଟି ଟଙ୍କାର ଚାନ୍ଦା ମିଳିଛି।
ବିଜେଡି ନେତା ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ଜେନା, ସୁବାସ ସିଂ, ପ୍ରିୟଦର୍ଶୀ ମିଶ୍ର, ମହେଶ୍ୱର ମହାନ୍ତି, ବିଜୟ ମହାନ୍ତି, ଅରୁଣ ସାହୁ, ପ୍ରଣବ ବଳବନ୍ତରାୟ, ପ୍ରତାପ କେଶରୀ ଦେବ, ଅଶ୍ୱିନୀ କୁମାର ପାତ୍ର, ପ୍ରମିଳା ମଲ୍ଲିକ ପ୍ରମୁଖ ୨୯ଜଣ ନେତା ପ୍ରାୟ ୧ଲକ୍ଷ ଟଙ୍କା ଲେଖାଏ ଚାନ୍ଦା ଚେକ୍ ଆକାରରେ ଦେଇଛନ୍ତି । ତଥ୍ୟ ଅନୁସାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମଧ୍ୟ ବିଜେଡିକୁ ନିଜର ଷ୍ଟେଟ୍ ବ୍ୟାଙ୍କ ଆକାଉଣ୍ଟ୍ ଚେକ୍ ନମ୍ବର-୯୦୨୮୨୬ ରେ ୫ଲକ୍ଷ ଟଙ୍କାର ଚାନ୍ଦା ଦେଇଛନ୍ତି।
ନିର୍ବାଚନ କମିଶନଙ୍କ ପାଖରେ ଦାଖଲ ହୋଇଥିବା ତଥ୍ୟ ଅନୁସାରେ ବିଜେଡିକୁ ୨୦୧୭-୧୮ ଆର୍ଥିକ ବର୍ଷରେ ମୋଟ ୧୩.୦୪ କୋଟି ଟଙ୍କାର ଚାନ୍ଦା ମିଳିଥିବାବେଳେ ୨୦୧୮-୧୯ରେ ୨୪୦.୮୧କୋଟି ଟଙ୍କା ଚାନ୍ଦା ମିଳିଛି। ତେବେ ଏସବୁ ଚାନ୍ଦା ୨୦ହଜାର ଟଙ୍କାରୁ ଅଧିକ ବର୍ଗରେ ମିଳିଛି। ଅବଶ୍ୟ ନିର୍ବାଚନ କମିଶନଙ୍କ ନିକଟରେ ମଧ୍ୟ ବିଜେଡି ଏକ ସିଲ୍ ଲଫାପାରେ ସମ୍ପୃକ୍ତ ଦାନଦାତାଙ୍କ ନାମ ଉଲ୍ଲେଖ କରିଛି। ତେବେ ୨୦ହଜାର ଟଙ୍କାରୁ କମ୍ ଦାନଦାତାଙ୍କ ନାଁ ସମ୍ପର୍କରେ ବିଜେଡି କିଛି ସୂଚନା ଦେଇନି।

ଉଲ୍ଲେଖଯୋଗ୍ୟ, ୨୦୧୮ ଜାନୁୟାରୀରେ କେନ୍ଦ୍ର ସରକାର ଇଲେକ୍ଟ୍ରୋରାଲ ବଣ୍ଡ ସ୍କିମ ଜାରି କରିଥିଲେ। ଏହା ମାଧ୍ୟମରେ ଯେକୌଣସି ଭାରତୀୟ ନାଗରିକ ବା ଭାରତୀୟ କମ୍ପାନୀ ଷ୍ଟେଟ୍ ବ୍ୟାଙ୍କରୁ ପ୍ରୋମିସରି ନୋଟ୍ କିଣି ରାଜନୀତିକ ଦଳଗୁଡ଼ିକୁ ଦାନ କରିପାରିବ।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ନିଜର ନିର୍ବାଚନୀ ଖର୍ଚ୍ଚ ବାବଦରେ ମୋଟ ୨୨୭.୮୦କୋଟି ଟଙ୍କା ଖର୍ଚ୍ଚ କରିଥିବା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ରିପୋର୍ଟରେ ଦର୍ଶାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story