ରାଜ୍ୟର ୨୪,୭୧୭ଜଣଙ୍କୁ ମିଳିଛି କରୋନାଜନିତ ମୃତ୍ୟୁ ପ୍ରମାଣପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ରାଜ୍ୟର କେତେ ଲୋକ ପ୍ରାଣ ହରାଇଛନ୍ତି ତା’ର ସଠିକ୍ ତଥ୍ୟକୁ ନେଇ ଏବେବି ଅସ୍ପଷ୍ଟ ସ୍ଥିତି ଲାଗି ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଚଳିତବର୍ଷ ଜୁଲାଇ ୧୮ତାରିଖ ସୁଦ୍ଧା ମୋଟ ୯୧୨୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ରାଜ୍ୟ ପ୍ରଶାସନ ଏହି ଅବଧି ମଧ୍ୟରେ ମୋଟ ୨୪,୭୧୭ଜଣଙ୍କୁ କରୋନାଜନିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର କରୋନା ମୃତ୍ୟୁ ତଥ୍ୟ ତୁଳନାରେ ୩ଗୁଣ ଅଧିକ ଲୋକ […]

Corona Test

Ordigital Desk
  • Published: Monday, 25 July 2022
  • , Updated: 25 July 2022, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ରାଜ୍ୟର କେତେ ଲୋକ ପ୍ରାଣ ହରାଇଛନ୍ତି ତା’ର ସଠିକ୍ ତଥ୍ୟକୁ ନେଇ ଏବେବି ଅସ୍ପଷ୍ଟ ସ୍ଥିତି ଲାଗି ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଚଳିତବର୍ଷ ଜୁଲାଇ ୧୮ତାରିଖ ସୁଦ୍ଧା ମୋଟ ୯୧୨୮ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ରାଜ୍ୟ ପ୍ରଶାସନ ଏହି ଅବଧି ମଧ୍ୟରେ ମୋଟ ୨୪,୭୧୭ଜଣଙ୍କୁ କରୋନାଜନିତ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ସ୍ୱାସ୍ଥ୍ୟ ବିଭାଗର କରୋନା ମୃତ୍ୟୁ ତଥ୍ୟ ତୁଳନାରେ ୩ଗୁଣ ଅଧିକ ଲୋକ କରୋନାରେ ପ୍ରାଣ ହରାଇଥିବା ନେଇ ଆବେଦନ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି ।

ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ରାଜ୍ୟ ସତର୍କତା ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ତଥ୍ୟ ଅନୁସାରେ ଜୁଲାଇ ୧୭ତାରିଖ ସୁଦ୍ଧା ରାଜ୍ୟର ମୋଟ ୯୧୨୮ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ସେଥିରେ ସର୍ବାଧକ ଖୋର୍ଦ୍ଧା ଜିଲ୍ଲାରୁ ୧୭୫୧ଜଣ ଓ କଟକରୁ ୯୦୭ଜଣ ରହିଛନ୍ତି । ତେବେ ଜୁଲାଇ ୧୮ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କୁ କରୋନାଜନିତ ମୃତ୍ୟୁ ପାଇଁ ପ୍ରମାଣପତ୍ର ନିମନ୍ତେ ମୋଟ ୨୭୮୫୮ଟି ଆବେଦନ ମିଳିଛି । ଯେଉଁଥିରୁ ୨୪୭୧୭ଜଣଙ୍କ ଆବେଦନକୁ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଦେବା ନିମନ୍ତେ ଅନୁମୋଦନ କରାଯାଇଛି । ୧୩୧୧ଟି ଆବେଦନକୁ ଖାରଜ କରାଯାଇଥିବାବେଳେ ୧୮୬ଟି ବିଚାରଧୀନ ଅଛି । ୧୮୧୯ଟି ଆବେଦନକୁ ଫେରସ୍ତ କରିଦିଆଯାଇଛି । ଜିଲ୍ଲାସ୍ତରୀୟ ରିଡ୍ରେସାଲ କମିଟିରେ ବାକିଥିବା ସମସ୍ତ ଆବେଦନ ପତ୍ରର ପୁନର୍ବିଚାର ବ୍ୟବସ୍ଥା ଉପଲବ୍ଧ ଅଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ରାଜ୍ୟରେ ଏବେ କରୋନାର ଚତୁର୍ଥ ଲହରୀ ଚାଲୁଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଡ୍ୟାସବୋର୍ଡରେ ଏବେବି କରୋନା ମୃତ୍ୟୁ ସଂଖ୍ୟା ୧୦ହଜାରରୁ କମ୍ ରହିଛି । ମାତ୍ର ରାଜ୍ୟ ପ୍ରଶାସନ ଇତିମଧ୍ୟରେ ୨୪,୭୧୭ଜଣଙ୍କୁ କୋଭିଡ୍ ମୃତ୍ୟୁ ପ୍ରମାଣପତ୍ର ଦେଇସାରିଲାଣି । ଯଦି ସ୍ୱାସ୍ଥ୍ୟ ବିଭାଗର ଡ୍ୟାସବୋର୍ଡରେ କରୋନାଜନିତ ମୃତ୍ୟୁ ୧୦ହଜାରରୁ କମ୍ ତା’ହେଲେ କରୋନାଜନିତ ଏତେ ପରିମାଣର ମୃତ୍ୟୁ ପ୍ରମାଣପତ୍ର କିଏ କିଭଳି ଦେଉଛି ତାକୁ ନେଇ ପ୍ରଶ୍ନ ଉଠୁଛି । ସ୍ୱାସ୍ଥ୍ୟ ବିଭାଗ କାହିଁକି ତା’ର ତଥ୍ୟକୁ ସଂଶୋଧିତ କରୁନି ତାହା ଏବେ ସନ୍ଦେହଘେରରେ ।

Related story