ହାତୀଙ୍କ କବ୍‌ଜାରେ ଚାଷ ଜମି, ଚିନ୍ତାରେ ଚାଷୀ

କରଞ୍ଜିଆ(ଦୀପକ ମହାନ୍ତ): ଚଳିତବର୍ଷ ଭଲ ବର୍ଷା ହୋଇନାହିଁ। ଯାହା ବି ବର୍ଷା ହୋଇଥିଲା ସେଥିରେ ଚାଷୀ ବିଚରା ବହୁ ଦୁଃଖକଷ୍ଟରେ ଚାଷ କାମ ଆରମ୍ଭ କରିଥିଲା। ଧାନ ଗଛ ଟିକେ ସଳଖିବା ପୂର୍ବରୁ ଏକର ଏକର ଚାଷ ଜମି ଚାଲି ଯାଇଛି ହାତୀ ପଲଙ୍କ କବ୍‌ଜାକୁ। ଗତ ଦୁଇ ମାସ ଧରି ହାତୀ ପଲ ସେହି ଚାଷ ଜମିରେ ବାଗୁଡ଼ି ଖେଳୁଛନ୍ତି! ଏପରି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ। ଅମାନିଆ ଝାଡ଼ଖଣ୍ଡୀ ହାତୀ ପଲ […]

elephant-1

elephant-1

Manoranjan Sial
  • Published: Saturday, 11 September 2021
  • Updated: 11 September 2021, 05:32 PM IST

Sports

Latest News

କରଞ୍ଜିଆ(ଦୀପକ ମହାନ୍ତ): ଚଳିତବର୍ଷ ଭଲ ବର୍ଷା ହୋଇନାହିଁ। ଯାହା ବି ବର୍ଷା ହୋଇଥିଲା ସେଥିରେ ଚାଷୀ ବିଚରା ବହୁ ଦୁଃଖକଷ୍ଟରେ ଚାଷ କାମ ଆରମ୍ଭ କରିଥିଲା। ଧାନ ଗଛ ଟିକେ ସଳଖିବା ପୂର୍ବରୁ ଏକର ଏକର ଚାଷ ଜମି ଚାଲି ଯାଇଛି ହାତୀ ପଲଙ୍କ କବ୍‌ଜାକୁ। ଗତ ଦୁଇ ମାସ ଧରି ହାତୀ ପଲ ସେହି ଚାଷ ଜମିରେ ବାଗୁଡ଼ି ଖେଳୁଛନ୍ତି! ଏପରି ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚଳରେ।

ଅମାନିଆ ଝାଡ଼ଖଣ୍ଡୀ ହାତୀ ପଲ ଦିନ ବେଳା କରଞ୍ଜିଆ ବନଖଣ୍ଡ ଅଞ୍ଚଳର ଦୁଧିଆଣି ଓ କରଞ୍ଜିଆ ରେଞ୍ଜରେ ରହୁଛନ୍ତି। ସଞ୍ଜ ନଇଁଲେ ଶୁକୃଳି, ରରୁଆଁ ଓ କରଞ୍ଜିଆ ବ୍ଲକ୍‌ ଅଞ୍ଚଳରେ ଥିବା ଚାଷ ଜମିରେ ଉତ୍ପାତ କରୁଛନ୍ତି। ସେମାନେ ୪ରୁ ୫ଟି ଗ୍ରୁପ୍‌ରେ ଅଲଗା ଅଲଗା ହୋଇ ଚାଷ ଜମିରେ ଧାନ ଗଛ ଖାଇବା ସହିତ ଦଳାଚକଟା କରୁଛନ୍ତି। ଏପରିକି ବାଡ଼ିରେ ପଶି ପନି ପରିବା ଖାଇ ଯାଉଥିବା ଅଭିଯୋଗ ହେଉଛି। ଚାଷ ଜମିରେ ଉତ୍ପାତ କରୁଥିବା ଗ୍ରୁପ୍‌ରେ ୨୫ଟି ହାତୀ ଥିବା ଜଣାପଡ଼ିଛି। ବନ ବିଭାଗ ସତଚେଷ୍ଟା ସତ୍ତ୍ୱେ ହାତୀ ପଲ ଆୟତ୍ତକୁ ଆସୁନାହାନ୍ତି। ସେପଟେ ଆବଶ୍ୟକ ମୁତାବକ ଷ୍ଟାଫ୍‌ ନଥିବାରୁ ହାତୀ ପଲକୁ ନିୟନ୍ତ୍ରଣ କରିବା ବନ ବିଭାଗ ପକ୍ଷେ ସମ୍ଭବ ହେଉନଥିବା ଅଭିଯୋଗ ହୋଇଛି। ହାତୀ ପଲ ରୋକିବା ପାଇଁ ବନବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଷ୍ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନବିଭାଗ ବିଫଳ ହୋଇଛି। ଶୁକ୍ରବାର ହାତୀ ପଲ ଶୁକୃଳି ବ୍ଲକର ଘରମାବେଡା, ଅର୍ଜୁନବିଲା ଓ ଶୁଳିଆଗୁଣ୍ଠି ଦେଇ ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲାର ବର୍ଦ୍ଧନା ଗ୍ରାମ୍ୟ ଜଙ୍ଗଲରେ କିଛି ସମୟ ପାଇଁ ରହିଥିବା କରଞ୍ଜିଆ ରେଞ୍ଜର ପ୍ରକାଶ କରିଛନ୍ତି।

ତେବେ ହାତୀଙ୍କ ଉତ୍ପାତ ନେଇ କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରବୀର କୁମାର ମୁର୍ମୁ କହିଛନ୍ତି, ହାତୀ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଦୁଇ ମାସ ଭିତରେ କରଞ୍ଜିଆ ରେଞ୍ଜ ଅଞ୍ଚଳରେ ୨୦ ଏକରୁ ଅଧିକ ଧାନଚାଷ ହାତୀ ନଷ୍ଟ କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ କ୍ଷୟକ୍ଷତିର ସଠିକ ଅକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଆଯିବ। ବର୍ତ୍ତମାନ ଧାନ ନ ବାହାରୁଣୁ ହାତୀପଲ ଚାଷ ଜମି ନଷ୍ଟ କରିଥିବାରୁ ଚାଷୀ ଚିନ୍ତାରେ ପଡ଼ି ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story