ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୨୫ ବଖରା ଘର

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ ୪୦ ହଜାର ଟଙ୍କା ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟରୁ ଜଣକ ଘରେ ନିଆଁ ଲାଗି ଯାଇଥିଲା। ପରେ ଏହି ନିଆଁ ଆଖପାଖ ଘରକୁ ବ୍ୟାପୀ […]

fire12

fire12

Jitendra Garnayak
  • Published: Tuesday, 15 January 2019
  • Updated: 15 January 2019, 09:09 AM IST

Sports

Latest News

ଭଦ୍ରକ(ତପନ ସ୍ୱାଇଁ): ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଗୁହାଳିଆ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୭ଟି ପରିବାରର ୨୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏହାସହ ଦୁଇଟି ଗାଈ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୩ଟି ବାଇକ୍ ଓ ୪୦ ହଜାର ଟଙ୍କା ପୋଡ଼ିଯାଇଥିବା ଜଣାପଡ଼ିଛି।

burntସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପ୍ରଥମେ ସର୍ଟ ସର୍କିଟରୁ ଜଣକ ଘରେ ନିଆଁ ଲାଗି ଯାଇଥିଲା। ପରେ ଏହି ନିଆଁ ଆଖପାଖ ଘରକୁ ବ୍ୟାପୀ ଯାଇଥିଲା।

ନିଆଁ ଲାଗିଯିବା କାରଣରୁ ଜଣଙ୍କ ଘରେ ଥିବା ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଏହା ପରେ ନିଆଁ ତୀବ୍ର ରୂପ ଧାରଣ କରି ଆହୁରି ବ୍ୟାପୀ ଯାଇଥିଲା। ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos