ବାହାରି ଗଲା ଚକ, ଓଲଟି ପଡ଼ିଲା ବସ୍‌

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପୁରୀରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଡିମିରିଝରିରେ ଓଲଟି ପଡ଼ିବାରୁ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବସ୍‌ଟିରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଛତିଶଗଡ଼ର। ପୁରୀରୁ ଦର୍ଶନ ସାରି ଫେରୁଥିବା ବେଳେ ଡିମିରିଝରି ଠାରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର […]

bus2

Jitendra Garnayak
  • Published: Wednesday, 11 March 2020
  • , Updated: 11 March 2020, 07:29 AM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ପୁରୀରୁ ଛତିଶଗଡ଼ ଅଭିମୁଖେ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଡିମିରିଝରିରେ ଓଲଟି ପଡ଼ିବାରୁ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ବସ୍‌ଟିରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ସେମାନେ ସମସ୍ତେ ଛତିଶଗଡ଼ର। ପୁରୀରୁ ଦର୍ଶନ ସାରି ଫେରୁଥିବା ବେଳେ ଡିମିରିଝରି ଠାରେ ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥରେ ବସ୍‌ର ଆଗ ଚକା ବାହାରି ଚାଲି ଯାଇଥିଲା। ଫଳରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ନୂଆଗାଁ ଦମକଳ ବାହିନୀ ଓ ପୁଲିସ୍ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ।

ଦୁର୍ଘଟଣାଗ୍ରସ୍ତ ବସ୍‌ଟି ଆନନ୍ଦ କୁମାର ଶୁକ୍ଳା ନାମକ ଜଣେ ବ୍ୟକ୍ତିଙ୍କ ମାଲିକାନାରେ ରହିଛି। ଚଳିତ ମାସ ୧୮ ତାରିଖରେ ଏହାର ଫିଟ୍‌ନେସ୍ ଅବଧି ଶେଷ ହେଉଛି।

Related story