ଦୁଇଦିନିଆ ସମାବେଶରେ ୨୭ ପ୍ରସ୍ତାବ ପାରିତ କଲା ବିଜେଡି: ମନ୍ତ୍ରୀମାନଙ୍କୁ ଦେଲା କାର୍ଯ୍ୟାନ୍ୱୟନ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦର ଦୁଇଦିନିଆ ବୈଠକ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ଦୁଇଦିନିଆ ସାଂଗଠନିକ ସମାବେଶରେ ମୋଟ ୨୭ଟି ରାଜନୀତିକ,ସାଂଗଠନିକ ଓ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଏସବୁ ପ୍ରସ୍ତାବ ପାରିତ ହୋଇଛି ବୋଲି ବିଜେଡି ଦାବି କରିବା ସହ ଏସବୁର କାର୍ଯ୍ୟାନ୍ୱୟନ ଦାୟିତ୍ୱ ରାଜ୍ୟର ମନ୍ତ୍ରୀମାନଙ୍କୁ ନ୍ୟସ୍ତ କରିଛି। ଦଳର ସାଂଗଠନିକ ସମ୍ପାଦକ ଏହାକୁ ସୁବ୍ୟବସ୍ଥିତ କରିବେ ବୋଲି ଦଳ […]

9nm

9nm

Tapas Behera
  • Published: Monday, 21 December 2020
  • Updated: 21 December 2020, 09:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିର ନବନିଯୁକ୍ତ ରାଜ୍ୟ କାର୍ଯ୍ୟକାରିଣୀ ଓ ରାଜ୍ୟ ପରିଷଦର ଦୁଇଦିନିଆ ବୈଠକ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଏହି ଦୁଇଦିନିଆ ସାଂଗଠନିକ ସମାବେଶରେ ମୋଟ ୨୭ଟି ରାଜନୀତିକ,ସାଂଗଠନିକ ଓ ଧନ୍ୟବାଦ ପ୍ରସ୍ତାବ ଗୃହୀତ ହୋଇଛି। ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥରେ ଏସବୁ ପ୍ରସ୍ତାବ ପାରିତ ହୋଇଛି ବୋଲି ବିଜେଡି ଦାବି କରିବା ସହ ଏସବୁର କାର୍ଯ୍ୟାନ୍ୱୟନ ଦାୟିତ୍ୱ ରାଜ୍ୟର ମନ୍ତ୍ରୀମାନଙ୍କୁ ନ୍ୟସ୍ତ କରିଛି। ଦଳର ସାଂଗଠନିକ ସମ୍ପାଦକ ଏହାକୁ ସୁବ୍ୟବସ୍ଥିତ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଦୁଇଦିନିଆ କାର୍ଯ୍ୟକାରିଣୀ ଓ ପରିଷଦ ବୈଠକ ପରେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ଲୋପାମୁଦ୍ରା ବକ୍ସିପାତ୍ର କହିଥିଲେ ଯେ,  ପ୍ରଥମ ଦିନ ରାଜ୍ୟ କାର୍ଯ୍ୟକାରିଣୀରେ ୯ଟି ଓ ରାଜ୍ୟ ପରିଷଦ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି। ଏହି ସମସ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ରାଜ୍ୟ ତଥା ରାଜ୍ୟବାସୀଙ୍କ ସ୍ୱାର୍ଥରେ ପାରିତ ହୋଇଥିବା ଏସବୁ ପ୍ରସ୍ତାବକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ଦିଗରେ ମନ୍ତ୍ରୀମାନେ କାର୍ଯ୍ୟ କରିବେ। ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏସବୁକୁ ବ୍ୟବସ୍ଥିତ କରାଇବେ। ଶ୍ରୀ ନାୟକ କହିଥିଲେ ଯେ, ଦଳର ସମ୍ବିଧାନ ସଂଶୋଧନ ପ୍ରସ୍ତାବ ପାରିତ ହୋଇଛି। ଏହାସହିତ ୨୦୧୮ରେ ବିଧାନସଭାରେ ପାରିତ ହୋଇଥିବା ଓଡ଼ିଶା ବିଧାନ ପରିଷଦ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ୱିତ, ଭାରତର ସମ୍ବିଧାନରେ ଅହିଂସାକୁ ସାମିଲ, କେନ୍ଦ୍ରୀୟ ଉଦ୍ୟୋଗରେ ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି , ସାମାଜିକ ନ୍ୟାୟ, ସମାଜ ମଙ୍ଗଳ କାର୍ଯ୍ୟକ୍ରମ, ଦୁର୍ନୀତି ମୂଳୋତ୍ପାଟନ ନିମନ୍ତେ ବାର୍ଷିକ ସମ୍ପତ୍ତି ବିବରଣୀ ପ୍ରସ୍ତାବ ଗୃହୀତ ହୋଇଛି।
ସେହିପରି ଶ୍ରୀମତୀ ଛୁରିଆ କହିଥିଲେ ଯେ, ରାଜ୍ୟରେ ୪୦ ପ୍ରତିଶତ ଓବିସି ଅଛନ୍ତି। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଓବିସି କମିଶନ,ସମ୍ବିଧାନର ୯ମ ଅନୁଚ୍ଛେଦରେ ସଂଶୋଧନ କରି ସଂରକ୍ଷଣ ହାର ବୃଦ୍ଧି ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ,କୋଇଲା ରୟାଲିଟି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଆଦିକୁ ନେଇ କେନ୍ଦ୍ରୀୟ ଅବହେଳା ବିରୁଦ୍ଧରେ ଲଢ଼େଇ ଜାରି ରହିବ। ରାଜ୍ୟରେ ୨୨ ପ୍ରତିଶତ ଜନଜାତି ଅଛନ୍ତି। ସେମାନେ ନିଜର ଜୀବନଜୀବିକା ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ସେସବୁ ସାମଗ୍ରୀର ବିକ୍ରୟ ଦର ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ମହିଳା ସଶକ୍ତିକରଣ ଦିଗରେ ଓଡ଼ିଶା ମାଇଲଖୁଣ୍ଟ ହୋଇପାରିଛି। ମିଶନ ଶକ୍ତିରେ ୭୦-୮୦ଲକ୍ଷ ମହିଳା ସାମିଲ ହୋଇସାରିଛନ୍ତି। ମହିଳାଙ୍କୁ ସଂସଦରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବା ପାଇଁ ଆଇନ ପ୍ରଣୟନ ନିମନ୍ତେ କେନ୍ଦ୍ରକୁ ପ୍ରସ୍ତାବ ଦିଆଯିବ। ଆଂଚଳିକ ବିକାଶ ତୃଣମୂଳସ୍ତରରେ ପହଂଚାଇବା ପାଇଁ କ୍ରିୟାଶୀଳ ପ୍ରସ୍ତାବ ଗୃହୀତ ହେବ। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ସାମାଜିକ ଓ ଅର୍ଥନୀତିକ ସଶକ୍ତିକରଣ ପାଇଁ ରାଜନୀତି ପ୍ରସ୍ତାବ ପାରିତ ହୋଇଛି। ତୈଳ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିଜେଡି ନିର୍ଣ୍ଣାୟକ ସଂଗ୍ରାମ କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରସ୍ତାବ ପାରିତ ହୋଇଛି।
ସେହିପରି ଲୋପାମୁଦ୍ରା ବକ୍ସିପାତ୍ର କହିଥିଲେ ଯେ, ବିଜେଡିର କୌଣସି କର୍ମୀ ଅକାଳରେ ପ୍ରାଣ ହରାଇଲେ ସେମାନଙ୍କ ପାଇଁ ଆର୍ଥିକ ସହାୟତା ଦେବା ନିମନ୍ତେ ଏକ କର୍ପସ ପାଣ୍ଠି ଗଠନ ପ୍ରସ୍ତାବ ପାରିତ ହୋଇଛି। ମହିଳାଙ୍କୁ ରାଜନୀତିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତିକରଣ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି। ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଓ ଇଞ୍ଜିନିୟରିଂ କଲେଜରେ ୧୦% ସ୍ଥାନ ସଂରକ୍ଷଣ ପ୍ରସ୍ତାବ ପାରିତ ହୋଇଛି।
ଏହାସହିତ ମାଓବାଦୀ ସମସ୍ୟା ଏବେ ମାତ୍ର ୪ଟି ଜିଲ୍ଲାରେ ସୀମିତ ରହିବା ଓ କୋଭିଡ୍ ପରିଚାଳନା ଓ ପ୍ଲାଜମା ସଂଗ୍ରହରେ ମିଳିଥିବା ସଫଳ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରସ୍ତାବ ମଧ୍ୟ ପାରିତ ହୋଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos