କ୍ୟାମ୍ପକୋର୍ଟରେ ୨୭୦ ଜଣଙ୍କୁ ଜାମିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ ଆରମ୍ଭ ହୋଇଛି କ୍ୟାମ୍ପ୍ କୋର୍ଟ। ଆଇନଜୀବୀଙ୍କ ଆନ୍ଦୋଳନ କାରଣରୁ ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଏହି କ୍ୟାମ୍ପ କୋର୍ଟରେ ଆଜି ପ୍ରଥମ ଦିନରେ ମୋଟ ୨୭୦ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ାରେ ସର୍ବାଧିକ ୧୫୭ ଜଣଙ୍କୁ ଜାମିନ ମିଳିଛି। ସେମାନଙ୍କ ମଧ୍ୟରୁ ୨୬ ଜଣ […]

choudwar-jail-in-cuttack

choudwar-jail-in-cuttack

Manoranjan Sial
  • Published: Monday, 29 October 2018
  • Updated: 29 October 2018, 08:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ ଆରମ୍ଭ ହୋଇଛି କ୍ୟାମ୍ପ୍ କୋର୍ଟ। ଆଇନଜୀବୀଙ୍କ ଆନ୍ଦୋଳନ କାରଣରୁ ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଏହି କ୍ୟାମ୍ପ କୋର୍ଟରେ ଆଜି ପ୍ରଥମ ଦିନରେ ମୋଟ ୨୭୦ ଜଣଙ୍କୁ ଜାମିନ ପ୍ରଦାନ କରାଯାଇଛି।

କେନ୍ଦ୍ରାପଡ଼ାରେ ସର୍ବାଧିକ ୧୫୭ ଜଣଙ୍କୁ ଜାମିନ ମିଳିଛି। ସେମାନଙ୍କ ମଧ୍ୟରୁ ୨୬ ଜଣ ବନ୍ଦୀ ମୁକୁଳିଛନ୍ତି। ସେହିଭଳି ଚୌଦ୍ୱାର ଜେଲରେ ୫୬ ଜଣଙ୍କୁ ଜାମିନ ମିଳିଥିବା ବେଳେ ୨୬ ଜଣ ବନ୍ଦୀ ମୁକୁଳିଛନ୍ତି। କରଞ୍ଜିଆ ଜେଲରେ ୨୯, ବଡବିଲରେ ୯, ରାଇରଙ୍ଗପୁରରେ ୭, ଜଗତସିଂହପୁରରେ ୮, ସୋରରେ ୪, ଆନନ୍ଦପୁରରେ ୪, ଚମ୍ପୁଆରେ ୪ ମୁକ୍ତ ହୋଇଛନ୍ତି।

ସେପଟେ କ୍ୟାମ୍ପ୍ କୋର୍ଟକୁ ମଧ୍ୟ ବିରୋଧ କରିଛନ୍ତି ଆନ୍ଦୋଳନକାରୀ ଆଇନ୍‌ଜୀବୀ। ଯାଜପୁର, କେନ୍ଦୁଝର, ଉଦଳା, କାମାକ୍ଷାନଗର ଭଳି ସ୍ଥାନରେ ଆନ୍ଦୋଳନକାରୀ ଆଇନ୍‌ଜୀବୀମାନେ ବିଚାରପତିଙ୍କ ଜେଲ୍‌ ଭିତରକୁ ନଛାଡ଼ିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ଉପୁଜିଥିବା ପରିସ୍ଥିତିକୁ ଦେଖି ଗତ ଶନିବାର ହାଇକୋର୍ଟଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos