ଗାଁ ଚାରି ପାଖରେ ଘୂରି ବୁଲୁଛନ୍ତି ହାତୀ ପଲ

ନୂଆପଡ଼ା (ମାୟାଧର ସରାଫ): ବଲାଙ୍ଗିର ସୁରେଇକେଲା ଜଙ୍ଗଲରୁ ପାଖାପାଖି ୨୮ ହାତୀ ଖାଦ୍ୟ ଅନ୍ୱୋଷଣରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅଞ୍ଚଳକୁ ଚାଲି ଆସିଥିଲେ। ମାତ୍ର ସେମାନେ ଫେରୁନାହାନ୍ତି। ଗତ ୪ରୁ ୫ ଦିନ ହେଲା ହାତୀ ପଲ କୋନାବିରା ଓ ପେଣ୍ଡରାବନ ଗାଁ ଆଖାପାଖ ଅଞ୍ଚଳରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ମାତ୍ର ହାତୀ ପଲ କାହାରି କିଛି କ୍ଷତି କରିନଥିବା ଜଣାପଡ଼ିଛି।

ବର୍ତ୍ତମାନ ହାତୀ ପଲ କୋମନା, କୋନାବିରା, ପେଣ୍ଡରାବନ, ବିଲେଇଅଞ୍ଚଳ ଓ ଝାକ୍ରିପଡ଼ା ଗାଁ ଚାରି ପାର୍ଶ୍ୱରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରୁଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।