ଓଡ଼ିଶାରେ ୨୯.୩୫% ଲୋକ ଗରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ୨୯.୩୫ ପ୍ରତିଶତ ଲୋକ ଗରିବ । ନିତି ଆୟୋଗଙ୍କ ଦ୍ୱାରା ଏକ ଭିନ୍ନ ମାପଦଣ୍ଡରେ ୨୦୨୧ ମସିହାରେ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାରେ ମୁଣ୍ଡପିଛା ଗଣନା ଅନୁପାତ ଅନୁସାରେ ୨୯.୩୫ ପ୍ରତିଶତ ଲୋକ ବହୁମୁଖୀ ଭାବେ ଦରିଦ୍ର । ତେବେ ତେନ୍ଦୁଲକର କମିଟିର ମୁଣ୍ଡପିଛା ମାସିକ ଖର୍ଚ୍ଚ ଆଧାରରେ ୨୦୧୧-୧୨ ବର୍ଷର ସର୍ଭେ ଅନୁସାରେ ଓଡ଼ିଶାରେ ୩୨.୫୯% ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଆକଳନ କରାଯାଇଥିଲା । ଆଜି ବିଧାନସଭାରେ ଯୋଜନା […]

people

people

Ordigital Desk
  • Published: Thursday, 21 July 2022
  • Updated: 21 July 2022, 10:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ ୨୯.୩୫ ପ୍ରତିଶତ ଲୋକ ଗରିବ । ନିତି ଆୟୋଗଙ୍କ ଦ୍ୱାରା ଏକ ଭିନ୍ନ ମାପଦଣ୍ଡରେ ୨୦୨୧ ମସିହାରେ ପ୍ରସ୍ତୁତ ରିପୋର୍ଟରେ ଓଡ଼ିଶାରେ ମୁଣ୍ଡପିଛା ଗଣନା ଅନୁପାତ ଅନୁସାରେ ୨୯.୩୫ ପ୍ରତିଶତ ଲୋକ ବହୁମୁଖୀ ଭାବେ ଦରିଦ୍ର । ତେବେ ତେନ୍ଦୁଲକର କମିଟିର ମୁଣ୍ଡପିଛା ମାସିକ ଖର୍ଚ୍ଚ ଆଧାରରେ ୨୦୧୧-୧୨ ବର୍ଷର ସର୍ଭେ ଅନୁସାରେ ଓଡ଼ିଶାରେ ୩୨.୫୯% ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଆକଳନ କରାଯାଇଥିଲା ।

ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୧-୧୨ ମସିହା ପରଠାରୁ ସରକାରୀସ୍ତରରେ ମାସିକ ମୁଣ୍ଡପିଛା ଖର୍ଚ୍ଚକୁ ଆଧାର କରି ଦାରିଦ୍ର‌୍ୟ ହାରର ଆକଳନ କରାଯାଇ ନାହିଁ । ତେନ୍ଦୁଲକର କମିଟିର ହିସାବ ଅନୁସାରେ(ମାସିକ ମୁଣ୍ଡପିଛା ଖର୍ଚ୍ଚକୁୂ ଆଧାର କରି) ହୋଇଥିବା ଆକଳନରେ ୨୦୦୪-୦୫ ମସିହାରେ ଓଡ଼ିଶାରେ ୨୨୧.୬୦ଲକ୍ଷ (୫୭.୨୦%) ଲୋକ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବାବେଳେ ୨୦୧୧-୧୨ ମସିହାର ସର୍ଭେ ଅନୁଯାୟୀ ୧୩୮.୫୩ଲକ୍ଷ (୩୨.୫୯%) ଦାରିଦ୍ର‌୍ୟ ସୀମାରେଖା ତଳେ ଥିବାର ଆକଳନ କରାଯାଇଥିଲା । ଏହି ଆକଳନ ଅନୁସାରେ ରାଜ୍ୟରେ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୨୪.୬୧ ପ୍ରତିଶତ ହ୍ରାସ ପାଇଥିଲା ।

ତେବେ ନିତି ଆୟୋଗଙ୍କ ଦ୍ୱାରା ଏକ ଭିନ୍ନ ମାପଦଣ୍ଡରେ ବହୁମୁଖୀ ଦାରିଦ୍ର‌୍ୟ ଇଣ୍ଡେକ୍ସ-୨୦୨୧ ପ୍ରସ୍ତୁତ ହୋଇଛି । ଏହାର ମୁଣ୍ଡ ଗଣନା ଅନୁପାତ ଅନୁଯାୟୀ ଓଡ଼ିଶାର ୨୯.୩୫ ପ୍ରତିଶତ ଲୋକ ବହମୁଖୀ ଭାବେ ଦରିଦ୍ର । ନିତି ଆୟୋର ଦର୍ପଣ ପୋର୍ଟାଲ ଅନୁସାରେ ୨୦୨୨ ଜୁଲାଇ ୧୬ତାରିଖ ସୁଦ୍ଧା ଓଡ଼ିଶାରେ ୪୨୧୧ଟି ଏନଜିଓ ବିଭିନ୍ନ କ୍ଷେତ୍ରରେ କାମ କରୁଛନ୍ତି । ସେମାନେ ଲୋକମାନଙ୍କର ସଚେତନତା ବୃଦ୍ଧି, ଶିକ୍ଷା, ରୋଜଗାର, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାର ଜନଜାତି ବହୁଳ ଅନୁନ୍ନତ ଜିଲ୍ଲାଗୁଡ଼ିକର ଉନ୍ନତି ନିମନ୍ତେ ବିଜୁ କେବିକେ ଯୋଜନା, ବିଜୁ କନ୍ଧମାଳ ଓ ଗଜପତି ଯୋଜନା, ଭିତ୍ତିଭୂମି ଉନ୍ନୟନ ପାଣ୍ଠି ଯୋଜନା ଆଦି ଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି । ସୀମାବର୍ତ୍ତ ଜିଲ୍ଲାଗୁଡ଼ିକରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ସେହି ଜିଲ୍ଲାର ଲୋକମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଢୋଲକିଆ ଆଜି ବିଧାନସଭାରେ ବିଧାୟକ ଗଣେଶରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos