୨୯ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ନାବାଳକ ଓ ନାବାଳିକା ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି। ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନଙ୍କୁ ଇଟା […]

nuapada

nuapada

Tapaswini Nayak
  • Published: Tuesday, 13 November 2018
  • Updated: 13 November 2018, 01:37 PM IST

Sports

Latest News

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍ ୨୯ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୬ଜଣ ନାବାଳକ ଓ ନାବାଳିକା ଅଛନ୍ତି। ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ ବେଳେ ପୁଲିସ୍‌ ଚଢ଼ଉ କରି ଶ୍ରମିକଙ୍କୁ ଉଦ୍ଧାର କରିଛି।

ମାକରବର୍ଲି ଗାଁରେ ଏହି ଶ୍ରମିକଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ପାଇ ପୁଲିସ୍ ଚଢ଼ଉ କରିଥିଲା। ଉଦ୍ଧାର ଶ୍ରମିକମାନେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଓ ବାଉଁଶୁଣି ଅଞ୍ଚଳର ବୋଲି ଜଣାପଡ଼ିଛି।

ଏମାନଙ୍କୁ ଇଟା ଗଢ଼ିବାକୁ ଆନ୍ଧ୍ର ଚାଲାଣ କରୁଥିଲା ଦଲାଲ। ଏହି ଘଟଣାରେ ପୁଲିସ କାହାକୁ ଗିରଫ କରି ପାରିନାହିଁ। ଉଦ୍ଧାର ପରେ ଶ୍ରମିକମାନଙ୍କୁ ପୁଲିସ୍‌ ଗାଁକୁ ପଠାଇ ଦେଇଛି।

https://youtu.be/9r5iVC8cDjM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos