ତିନି ଦିନ ପରେ ପୁଣି ୩ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ, ଆଉ ୪୫ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ପୁଣି ୩ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୭୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୨୪୦ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ୨୯୧୭ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୯ ଜଣ ଥିବା […]

Corona

Jitendra Garnayak
  • Published: Saturday, 03 July 2021
  • , Updated: 03 July 2021, 12:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନ ପରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ପୁଣି ୩ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୯୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୬୭୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୨୪୦ଟି ହେଉଛି ଲୋକାଲ୍ କେସ୍‌। ସେହିପରି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

୨୯୧୭ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୯ ଜଣ ଥିବା ବେଳେ କଟକରୁ ୪୨୨, ବାଲେଶ୍ୱରରୁ ୨୩୭, ଯାଜପୁରରୁ ୨୧୮, ମୟୂରଭଞ୍ଜରୁ ୧୬୫, ଭଦ୍ରକରୁ ୧୬୩, ପୁରୀରୁ ୧୩୨ ଓ ଜଗତସିଂହପୁର ଜିଲ୍ଲାରୁ ୧୧୯ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୨, ବଲାଙ୍ଗିରରୁ ୭, ବୌଦ୍ଧରୁ ୧୯, ଦେବଗଡ଼ରୁ ୫, ଢେଙ୍କାନାଳରୁ ୭୭, ଗଜପତିରୁ ୬, ଗଞ୍ଜାମରୁ ୨୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୭୯, କେନ୍ଦୁଝରରୁ ୭୫, କୋରାପୁଟରୁ ୫୫, ମାଲକାନଗିରିରୁ ୫୯, ନବରଙ୍ଗପୁରରୁ ୧୯, ନୟାଗଡ଼ରୁ ୯୬, ନୂଆପଡ଼ାରୁ ୮, ରାୟଗଡ଼ାରୁ ୫୩, ସମ୍ବଲପୁରରୁ ୨୨, ସୋନପୁରରୁ ୧୨, ସୁନ୍ଦରଗଡ଼ ଜିଲ୍ଲାରୁ ୪୮ ଓ ଷ୍ଟେଟ୍‌ ପୁଲ୍‌ରୁ ୧୦୧ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ୪୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ବରଗଡ଼ ଓ କଟକରୁ ୫ ଜଣ ଲେଖାଏଁ, ଢେଙ୍କାନାଳରୁ ୪, କୋରାପୁଟ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀରୁ ୨ ଜଣ ଲେଖାଏଁ ଏବଂ ଅନୁଗୋଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, କେନ୍ଦ୍ରାପଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୭୪କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୭୯, ବରଗଡ଼ରେ ୧୪୭, କଟକରେ ୨୯୫, ଢେଙ୍କାନାଳରେ ୭୨, ଗଞ୍ଜାମରେ ୩୪୫, ଝାରସୁଗୁଡ଼ାରେ ୧୨୫, କନ୍ଧମାଳରେ ୪୯, କେନ୍ଦ୍ରାପଡ଼ାରେ ୮୫, କୋରାପୁଟରେ ୬୨, ମୟୂରଭଞ୍ଜରେ ୧୩୧, ନୟାଗଡ଼ାରେ ୧୦୫, ପୁରୀରେ ୨୪୦, ସମ୍ବଲପୁରରେ ୧୨୭, ସୁବର୍ଣ୍ଣପୁରରେ ୪୫ ଓ ସୁନ୍ଦରଗଡ଼ରେ ୩୬୩କୁ ବୃଦ୍ଧି ପାଇଛି।

୨୯୧୭ଟି ନୂଆ କେସ୍ ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୯ ହଜାର ୨୦୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୪ ହଜାର ୨୬୨ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୫୫୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୧୫୪କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଲଗାତାର ତିନି ଦିନ ଧରି ରାଜ୍ୟରେ ୩୨୨୨ (ଜୁଲାଇ ୧), ୩୦୮୭ (ଜୁନ୍ ୩୦) ଓ ୩୩୭୧ (ଜୁନ୍ ୨୯) ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତା’ପୂର୍ବରୁ ଜୁନ୍ ୨୮ ତାରିଖରେ ୩ ହଜାରରୁ କମ୍ (୨୬୪୦) ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Related story