ଦ୍ୱିତୀୟ ଦିନରେ ତାଳଚେରରେ ଅର୍ଥନୈତିକ ଅବରୋଧ

ଅନୁଗୋଳ: ତାଳଚେରରେ ଦ୍ୱିତୀୟ ଦିନ ପାଇଁ ଅର୍ଥନୈତିକ ଅବରୋଧ ଜାରି ରହିଛି। ଫଳରେ ଏମ୍‌ସିଏଲ୍‌ର ସବୁ କୋଇଲା ଖଣିରେ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁଁ ଏନ୍‌ଟିପିସି ଓ ନାଲକୋକୁ କୋଇଲା ପରିବହନରେ ବାଧା ଉପୁଜିଛି। ଗତକାଲି ଆନ୍ଦୋଳନକାରୀ ମାନେ ଟିଟିପିସି ଓ ଏମ୍‌ସିଏଲ୍‌ ଆଦି ପ୍ରତିଷ୍ଠାନର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୋକାନ ବଜାର ଉପରେ ମଧ୍ୟ ଅର୍ଥନୈତିକ ଅବରୋଧର ଆଂଶିକ ପ୍ରଭାବ ପଡ଼ିଛି। ତାଳଚେର ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା, ଶିଳ୍ପ […]

talcher

Rakesh Mallick
  • Published: Tuesday, 30 August 2016
  • , Updated: 30 August 2016, 10:58 PM IST

ଅନୁଗୋଳ: ତାଳଚେରରେ ଦ୍ୱିତୀୟ ଦିନ ପାଇଁ ଅର୍ଥନୈତିକ ଅବରୋଧ ଜାରି ରହିଛି। ଫଳରେ ଏମ୍‌ସିଏଲ୍‌ର ସବୁ କୋଇଲା ଖଣିରେ ଉତ୍ତୋଳନ ଓ ପରିବହନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁଁ ଏନ୍‌ଟିପିସି ଓ ନାଲକୋକୁ କୋଇଲା ପରିବହନରେ ବାଧା ଉପୁଜିଛି। ଗତକାଲି ଆନ୍ଦୋଳନକାରୀ ମାନେ ଟିଟିପିସି ଓ ଏମ୍‌ସିଏଲ୍‌ ଆଦି ପ୍ରତିଷ୍ଠାନର ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦୋକାନ ବଜାର ଉପରେ ମଧ୍ୟ ଅର୍ଥନୈତିକ ଅବରୋଧର ଆଂଶିକ ପ୍ରଭାବ ପଡ଼ିଛି।

ତାଳଚେର ମେଡିକାଲ କଲେଜରେ ଚଳିତବର୍ଷରୁ ପାଠପଢ଼ା, ଶିଳ୍ପ ଦ୍ୱାରା କ୍ଷତିଗ୍ରସ୍ତଙ୍କ ଥଇଥାନ୍‌, ତାଳଚେର ସାର କାରଖାନାର ପୁନରୁଦ୍ଧାର ଓ  ସ୍ୱତନ୍ତ୍ର କୋଲ୍‌ କରିଡର ପ୍ରତିଷ୍ଠା ସହିତ ୧୨ ଦଫା ଦାବି ନେଇ ତାଳଚେର ସୁରକ୍ଷାମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି। ଗତକାଲି ସକାଳ ୫ଟାରୁ ଆରମ୍ଭ ହୋଇଥିବା ଏହି ଅବରୋଧ ୩୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଚାଲିବ।

Related story