‘ଉଚ୍ଛେଦକୁ ବିରୋଧ କରୁନୁ, ହେଲେ ଆମକୁ ଥଇଥାନ କର’

କଟକ(ଓଡ଼ିଶା ରିପୋର୍ଟର) : ବଡ ମେଡିକାଲ ସମ୍ପ୍ରସାରଣ ପାଇଁ  କଟକରେ ଆଜିଠୁ ପୁଣି ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ରୋଡ ଓ  ମାତୃଭବନ ଛକରୁ ଛତ୍ରବଜାର ପୋଲ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୂର୍ବରୁ ମଧ୍ୟ ବଡ ମେଡିକାଲର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପକ୍ଷରୁ  ପ୍ରଥମ […]

ctc-1

ctc-1

Niharika Rout
  • Published: Wednesday, 18 November 2020
  • Updated: 18 November 2020, 01:12 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) : ବଡ ମେଡିକାଲ ସମ୍ପ୍ରସାରଣ ପାଇଁ  କଟକରେ ଆଜିଠୁ ପୁଣି ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ପ୍ରକ୍ରିୟା । ତାଳଦଣ୍ଡା କେନାଲ ରୋଡ ଓ  ମାତୃଭବନ ଛକରୁ ଛତ୍ରବଜାର ପୋଲ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ତେବେ ଏହାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।

ପୂର୍ବରୁ ମଧ୍ୟ ବଡ ମେଡିକାଲର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର ପକ୍ଷରୁ  ପ୍ରଥମ ପର୍ଯ୍ୟାୟ ଉଚ୍ଛେଦ  କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ ବଡ଼ ମେଡିକାଲ ପାଖ ଯୋବ୍ରା ମାଛ ମାର୍କେଟ ଅଞ୍ଚଳରେ ଉଚ୍ଛେଦ କରାଯାଉଥିଲା। ଯୋବ୍ରା ବ୍ୟାରେଜଠାରୁ ମାଲଗୋଦାମ ଥାନା ଓ ଫରେଷ୍ଟ ଅଫିସ ଲେନର ଉଭୟ ପାର୍ଶ୍ୱରେ ଥିବା ଦୋକାନ ଘର, ଝୁମ୍ପୁଡ଼ି ସବୁ ଭଙ୍ଗା ଯାଇଥିଲା। ଉକ୍ତ ସମୟରେ ମଧ୍ୟ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ  କ୍ଷତିଗ୍ରସ୍ତଙ୍କ ପାଇଁ ସରକାର ପ୍ୟାକେଜ୍‌ ଘୋଷଣଶ କରିଥିଲେ।

ସରକାରଙ୍କ ଉଚ୍ଛେଦ ନୀତିକୁ ସ୍ଥାନୀୟ ବାସିନ୍ଦା ବିରୋଧ କରୁନଥିଲେ ମଧ୍ୟ  ସେମାନଙ୍କୁ ଥଇଥାନ କରାଯାଇ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ନୀଳମଣି ମହାନ୍ତି ନାମକ ସ୍ଥାନୀୟ ବାସିନ୍ଦା କହିଛନ୍ତି,  ଭଙ୍ଗାଭଙ୍ଗି କରାଯିବା ନିମନ୍ତେ ଆମକୁ ପୂର୍ବରୁ କୌଣସି ସୂଚନା ଦିଆଯାଇନି। ଆମେ ଏହାକୁ ବିରୋଧ କରୁନୁ।  କୋଟି କୋଟି ଲୋକଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ନୀତିକୁ ସ୍ୱାଗତ କରୁଛୁ।  ହେଲେ ସରକାର ଆମକୁ ଥଇଥାନ କରନ୍ତୁ। ଯେଉଁମାନେ ଝୁମ୍ପୁଡ଼ି କରି ରହୁଥିଲେ, ସେମାନଙ୍କୁ ଥଇଥାନ କଲେ, ଜାଗା ଦେଲେ। ମାସକର ଖାଇବା ସହ  ୫୦ ହଜାର ଟଙ୍କା ମଧ୍ୟ ଦେଲେ। ହେଲେ ଆମକୁ ଥଇଥାନ କରନ୍ତୁ, ନଚେତ ଆମ ପିଲାମାନେ ଭୋକ ଉପାସରେ ମରିଯିବେ ।

ଏନେଇ ଘଟଣାସ୍ଥଳକୁ ଆସିଥିବା ଅଧିକାରୀ କହିଛନ୍ତି, ଉଚ୍ଛେଦ ନିମନ୍ତେ ବଜାର କମିଟିର ସହଯୋଗ ଅଛି। ଥଇଥାନ ପାଇଁ ଜାଗା ବଛା ଯାଇଛି। ସେମାନଙ୍କୁ ତୁରନ୍ତ ବସାଇବା ପାଇଁ ବ୍ୟବସ୍ଥା କରିବୁ।  ଲୋକମାନଙ୍କୁ ସାଥିରେ ନେଇକି ଯିବୁ। ସେମାନଙ୍କୁ ଅସୁବିଧାରେ ପକାଇବାର କୌଣସି ଉଦ୍ଦେଶ୍ୟ ନାହିଁ।

ଘଟଣାସ୍ଥଳରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବାଦାମବାଡ଼ି, ମଧୁପାଟଣା ଆଇଆଇସି ୩ ପ୍ଲାଟୁନ ଫୋର୍ସ, ସିଏମ୍‌ସିର ନଫୋର୍ସମେର୍ଟ ଟିମ୍‌ ଉପସ୍ଥିତ ଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos