ମହାନଦୀ କୂଳରେ ଆଉ ଏକ ଟାଉନସିପ୍ ଖୁବଶୀଘ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ଏକ ନୂଆ ଟାଉନସିପ୍ ଗଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମହାନଦୀ କୂଳରେ ପ୍ରାୟ ୪ଶହ ଏକର ଜମିରେ ସିଡିଏ ଭଳି ଆଉ ଏକ ଟାଉନସିପ୍ ସ୍ଥାପନ କରାଯିବ ବୋଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଶ୍ରୀ ଜେନା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବାଲିଯାତ୍ରା ପଡ଼ିଆରୁ ହାଡ଼ିଆପଠା ମଧ୍ୟରେ ମହାନଦୀ କୂଳ ଅଞ୍ଚଳକୁ ପୋତାଯାଇ ପ୍ରାୟ […]

mahanadi-750x420.jpg111

Manoranjan Sial
  • Published: Saturday, 14 December 2019
  • , Updated: 14 December 2019, 09:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଟକ ସହରରେ ଆଉ ଏକ ନୂଆ ଟାଉନସିପ୍ ଗଢ଼ିବା ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ମହାନଦୀ କୂଳରେ ପ୍ରାୟ ୪ଶହ ଏକର ଜମିରେ ସିଡିଏ ଭଳି ଆଉ ଏକ ଟାଉନସିପ୍ ସ୍ଥାପନ କରାଯିବ ବୋଲି ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ଶ୍ରୀ ଜେନା ଆଜି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବାଲିଯାତ୍ରା ପଡ଼ିଆରୁ ହାଡ଼ିଆପଠା ମଧ୍ୟରେ ମହାନଦୀ କୂଳ ଅଞ୍ଚଳକୁ ପୋତାଯାଇ ପ୍ରାୟ ୪ଶହ ଏକର ଜମି ବାହାର କରାଯିବ। ସିଡିଏ ଭଳି ଟାଉନସିପ୍ ସ୍ଥାପନ ନିମନ୍ତେ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ କହିଛନ୍ତି। ଏହାବ୍ୟତୀତ ପର୍ଯ୍ୟଟନ ବିଭାଗ ସହାୟତାରେ ଏଠାରେ ସ୍ପୋଟର୍ସ କମ୍ପେ୍ଲକ୍ସ ଓ ପର୍ଯ୍ୟଟନ ଗତିବିଧି କାର୍ଯ୍ୟକ୍ରମର ମଧ୍ୟ ସୁବିଧା ରହିବ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ସ୍ଥାପନ ପ୍ରସ୍ତାବ ମଧ୍ୟ ବିଚାରାଧୀନ ରହିଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି।

ତେବେ ଏହି ଟାଉନସିପ୍ ସ୍ଥାପନବେଳେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଓ ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

Related story