ଅଶାନ୍ତ ସମୁଦ୍ରରେ ୨ ଦିନ ଭାସିଲେ ୨୦ ମତ୍ସ୍ୟଜୀବୀ

ପାରାଦୀପ (ରମାକାନ୍ତ ନାୟକ) : ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଅଶାନ୍ତ ହୋଇପଡ଼ିଥିଲା ସମୁଦ୍ର। ଘୁ ଘୁ ଗର୍ଜନ କରି ଦେଉଥିଲା ଥରହର। ସମୁଦ୍ରର ଏହି ଉଗ୍ରରୂପ ଯିଏ ଦେଖିଥା’ନ୍ତା ଛାନିଆ ହୋଇଥା’ନ୍ତା। ମାତ୍ର ଏପରି ଭୟଙ୍କର ସ୍ଥିତିରେ ସମୁଦ୍ରରେ ୨ ଦିନ ରହିଥିଲେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଦୁଇ ଦିନ ଧରି ମରଣ ସହ ସଂଘର୍ଷ କରିବା ପରେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ଏପରି ଲୋମଟାଙ୍କୁରା ଘଟଣା ସାଗର ଦ୍ଵୀପଠାରୁ […]

sea

sea

Niharika Rout
  • Published: Wednesday, 26 October 2022
  • Updated: 26 October 2022, 02:38 PM IST

Sports

Latest News

ପାରାଦୀପ (ରମାକାନ୍ତ ନାୟକ) : ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ଅଶାନ୍ତ ହୋଇପଡ଼ିଥିଲା ସମୁଦ୍ର। ଘୁ ଘୁ ଗର୍ଜନ କରି ଦେଉଥିଲା ଥରହର। ସମୁଦ୍ରର ଏହି ଉଗ୍ରରୂପ ଯିଏ ଦେଖିଥା'ନ୍ତା ଛାନିଆ ହୋଇଥା'ନ୍ତା। ମାତ୍ର ଏପରି ଭୟଙ୍କର ସ୍ଥିତିରେ ସମୁଦ୍ରରେ ୨ ଦିନ ରହିଥିଲେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ। ଦୁଇ ଦିନ ଧରି ମରଣ ସହ ସଂଘର୍ଷ କରିବା ପରେ ସେମାନଙ୍କ ପାଇଁ ଦେବଦୂତ ସାଜିଥିଲା ଭାରତୀୟ ତଟରକ୍ଷୀ ବାହିନୀ। ଏପରି ଲୋମଟାଙ୍କୁରା ଘଟଣା ସାଗର ଦ୍ଵୀପଠାରୁ ୯୦ ନଟିକାଲ ମାଇଲ ଦୂର ଗଭୀର ସମୁଦ୍ରରେ ଘଟିଛି।

୨୦ ଜଣ ବାଲାଂଦେଶୀ ମତ୍ସ୍ୟଜୀବୀ ମାଛ ଧରିବା ନିମନ୍ତେ କିଛି ଦିନ ପୂର୍ବେ ସମୁଦ୍ରକୁ ଆସିଥିଲେ। ଇତି ମଧ୍ୟରେ ବାଂଲାଦେଶରେ ବାତ୍ୟା ‘ସିତ୍ରାଙ୍ଗ’ ମାଡ଼ ହେବାରୁ ସେମାନେ ଆଉ କୂଳକୁ ଫେରି ପାରି ନଥିଲେ। ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବାରୁ ତଥା ପ୍ରବଳ ଝଡ଼ ହେବାରୁ ସେମାନଙ୍କ ବୋଟ୍ ବୁଡ଼ି ଯାଇଥିଲା। ଫଳରେ ଅକାତ କାତ ପାଣିରେ ଉଚ୍ଚ ଉଚ୍ଚ ଜୁଆର ଉଠୁଥିବା ବେଳେ କେବଳ କିଛି ଜାଲ ଓ ଭାସମାନ ସାମଗ୍ରୀ ଭରସାରେ ସମୁଦ୍ରରେ ଭାସିଥିଲେ ଏହି ମତ୍ସ୍ୟଜୀବୀମାନେ। ଏପରି ପ୍ରାୟ ୨ ଦିନ ବିତିବା ପରେ ସେମାନଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥିଲା। ତେବେ ସେମାନଙ୍କ ଜୀବନ ବଞ୍ଚାଇଲା ଭାରତୀୟ ତଟରକ୍ଷୀ ବାହିନୀ।

ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ନିୟର ବିମାନ ସମୁଦ୍ର ଉପରେ ପଇଁତରା ମାରୁଥିବା ବେଳେ ଅସହାୟ ଅବସ୍ଥାରେ ଥିବା ଏହି ମତ୍ସ୍ୟଜୀବୀମାନଙ୍କୁ ଠାବ କରିଥିଲା। ଏହାପରେ ତୁରନ୍ତ ଏକ ଲାଇଫ-ରାଫ୍ଟ ପକାଯିବାରୁ ମତ୍ସ୍ୟଜୀବୀମାନେ ତା' ଉପରକୁ ଚାଲି ଆସିଥିଲେ। ଏହାପରେ ସେମାନଙ୍କୁ କିପରି ସମୁଦ୍ର କୂଳକୁ ଅଣାଯିବ, ତାହା ଏକ ପ୍ରଶ୍ନବାଚୀ ଭାବେ ଛିଡ଼ା ହୋଇଥିଲା।

ପରେ ମାଲେସିଆରୁ କୋଲକାତା ଯାଉଥିବା ଏକ ପଣ୍ୟବାହୀ ଜାହାଜକୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ତଟରକ୍ଷୀ ବାହିନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ‘ବିଜୟ’କୁ ଏହି ମତ୍ସ୍ୟଜୀବୀଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଜାହାଜରେ ମତ୍ସ୍ୟଜୀବୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିବା ପରେ ସେମାନଙ୍କୁ ବାଂଲାଦେଶ ଅଭିମୁଖେ ପଠାଯାଇଛି। ଭାରତ-ବାଂଲାଦେଶ ଜଳସୀମାରେ ବାଂଲାଦେଶ ତଟରକ୍ଷୀ ବାହିନୀକୁ ଏହି ୨୦ ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯିବ।

ବାତ୍ୟା ‘ସିତ୍ରାଙ୍ଗ’ ଶେଷ ହୋଇଥିବାରୁ ଏପରି ଅଘଟଣ ଆଶଙ୍କାରେ ସମୁଦ୍ରରେ ଭାରତ ତଟରକ୍ଷୀ ବାହିନୀର ଜାହଜ ବରଦ ଓ C-426 ପକ୍ଷରୁ ପାଟ୍ରୋଲିଂ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story