ସାଢ଼େ ୩ କୋଟି ଟଙ୍କାର କୃଷି ସବ୍‌ସିଡି ଜାଲିଆତି, କ୍ରାଇମବ୍ରାଞ୍ଚ ଆରମ୍ଭ କଲା ଖୋଳତାଡ଼

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡିକୁ କିଛି ଅସାଧୁ ବ୍ୟବସାୟୀ ଓ ଲୋକମାନେ ଲୁଟି ଖାଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗକୁ ସରକାର ଏଡ଼ାଇ ଯାଉଥିବାବେଳେ ଏବେ ବରଗଡ଼ର ଜଣେ ବ୍ୟବସାୟୀଙ୍କୁ ସାଢ଼େ ୩କୋଟି ଟଙ୍କାର କୃଷି ସବସିଡି ଜାଲିଆତିରେ କ୍ରାଇମବ୍ରାଂଚ ଗିରଫ କରିଛି। ଏହି ବ୍ୟବସାୟୀ ଗିରଫ ହେବା ପରେ ରାଜ୍ୟରେ କୃଷି ଯନ୍ତ୍ରାଂଶ ଓ ଉପକରଣରେ ଚାଷୀଙ୍କୁ ମିଳୁଥିବା ସବସିଡିରେ ହେଉଥିବା ଜାଲିଆତି ପଦାକୁ ଆସିଛି। କ୍ରାଇମବ୍ରାଂଚର […]

FARMER

FARMER

Ordigital Desk
  • Published: Thursday, 24 June 2021
  • Updated: 24 June 2021, 10:55 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗରିବ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡିକୁ କିଛି ଅସାଧୁ ବ୍ୟବସାୟୀ ଓ ଲୋକମାନେ ଲୁଟି ଖାଉଛନ୍ତି ବୋଲି ବିଭିନ୍ନ ସମୟରେ ଅଭିଯୋଗକୁ ସରକାର ଏଡ଼ାଇ ଯାଉଥିବାବେଳେ ଏବେ ବରଗଡ଼ର ଜଣେ ବ୍ୟବସାୟୀଙ୍କୁ ସାଢ଼େ ୩କୋଟି ଟଙ୍କାର କୃଷି ସବସିଡି ଜାଲିଆତିରେ କ୍ରାଇମବ୍ରାଂଚ ଗିରଫ କରିଛି। ଏହି ବ୍ୟବସାୟୀ ଗିରଫ ହେବା ପରେ ରାଜ୍ୟରେ କୃଷି ଯନ୍ତ୍ରାଂଶ ଓ ଉପକରଣରେ ଚାଷୀଙ୍କୁ ମିଳୁଥିବା ସବସିଡିରେ ହେଉଥିବା ଜାଲିଆତି ପଦାକୁ ଆସିଛି। କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖ।। ବୁଧବାର ବରଗଡ଼ର ବ୍ୟବସାୟୀ କମଲଜିତ୍ ସିଂ(୨୩ ବର୍ଷ)କୁ ଗିରଫ କରିଛି ଓ ଅନ୍ୟତମ ଅଭିଯୁକ୍ତ ତା’ର ବଡ଼ଭାଇ ହରପାଲ(୨୭) ଏବେ ଫେରାର ରହିଛି।

ସୂଚନା ଅନୁସାରେ, ଏହି ଦୁଇ ଭାଇ କେରଳସ୍ଥିତ କୃଷି ଯନ୍ତ୍ରାଂଶ ଉତ୍ପାଦନକାରୀ ଏକ କମ୍ପାନୀ ରେଡଲ୍ୟାଣ୍ଡ ଆସଲିନ୍ ମୋର୍ଟସ ପିଏଲସିର ବରିଷ୍ଠ ଅଧିକାରୀ ଭାବେ ନିଜକୁ ଚିତ୍ରଣ କରି ଏହି ଜାଲିଆତି କରିଛନ୍ତି। ସେମାନେ କମ୍ପାନୀର ଜାଲ ଦସ୍ତାବିଜ୍ ପ୍ରସ୍ତୁତ କରି ଅଥରାଇଜଡ୍ ଡିଲର ଭାବେ ରାଜ୍ୟ କୃଷି ବିଭାଗରୁ ପଞ୍ଜିକରଣ ପ୍ରମାଣପତ୍ର ହାସଲ କରିବାରେ ସକ୍ଷମ ହୋଇଥିଲେ। ଏହି ଅଭିଯୁକ୍ତ ଦ୍ୱୟ ବରଗଡ଼, ସମ୍ବଲପୁର, ବଲାଙ୍ଗିର ଓ ସୋନପୁର ଜିଲ୍ଲାର ୨୭୮ଜଣ ଚାଷୀଙ୍କୁ ଧାନ ଟ୍ରାନ୍ସପ୍ଲାଣ୍ଟର ମେସିନ୍ ବିକ୍ରିର ଜାଲ୍ ଦସ୍ତାବିଜକୁ ରାଜ୍ୟ ସରକାରଙ୍କ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର(ଡିବିଟି)ରେ ୨୦୧୮ରୁ ୨୦୨୦ ମସିହା ମଧ୍ୟରେ ଅପଲୋଡ୍ କରିଛନ୍ତି। ଏପରିକି ସେମାନେ ଉକ୍ତ ମେସିନର ଜାଲ୍ ଇଞ୍ଜିନ ଓ ଚେସିସ୍ ନମ୍ବର ସହ ହିତାଧିକାରୀଙ୍କ ଫଟୋଗ୍ରାଫ ମଧ୍ୟ ସରକାରୀ ପୋର୍ଟାଲରେ ଅପଲୋଡ୍ କରଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ରାଜ୍ୟ ସରକାର ଏହି ଦସ୍ତାବିଜଗୁଡ଼ିକର ସତ୍ୟାସତ୍ୟ ଯାଂଚ ନକରି ୨୭୮ଜଣ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧ଲକ୍ଷରୁ ଦେଢ଼ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ଅର୍ଥ ଟ୍ରାନ୍ସଫର କରିଛନ୍ତି।

ଏହି ଅଭିଯୁକ୍ତ ଦ୍ୱୟ ମଧ୍ୟ ସମ୍ପୃକ୍ତ ୨୭୮ଜଣ ଚାଷୀଙ୍କୁ ଭୁଆଁ ବୁଲାଇବା ସହ ୫ହଜାର ଟଙ୍କା ଲେଖାଏ ଦେଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ଅର୍ଥକୁ ଉଠାଣ କରି ଦେବାକୁ ପ୍ରବର୍ତ୍ତାଇ ସଫଳ ହୋଇଥିଲେ । କେତେକ ଟେକନିକାଲ କାରଣରୁ ସେମାନଙ୍କର ସମ୍ପର୍କୀୟ ପଠାଇଥିବା ଟଙ୍କା ଭୁଲବଶତଃ ଚାଷୀଙ୍କ ଆକାଉଣ୍ଟକୁ ଆସିଛି । ତେଣୁ ୫ହଜାର ଟଙ୍କା ନେଇ ଉକ୍ତ ଟଙ୍କା ଉଠାଣ କରି ଦେବାକୁ ଅନୁରୋଧ କରିଥିଲେ । ଗରିବ ଚାଷୀମାନେ ମଧ୍ୟ ମାଗଣାରେ ୫ହଜାର ଟଙ୍କା ଫାଇଦା ପାଉଥିବାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିବା ଟଙ୍କା ଉଠାଇ ଏହି ଦୁଇ ଅଭିଯୁକ୍ତ ଭାଇଙ୍କୁ ଦେଇଥିଲେ । ତେବେ ଏହାପଛରେ ଏଭଳି ଜାଲିଆତି ଓ ଷଡ଼ଯନ୍ତ୍ର ହୋଇଥିବା ସମ୍ପର୍କରେ ଚାଷୀମାନେ କିଛି ବି ଜାଣିନଥିଲେ । ଏହି ଦୁଇ ଭାଇ କୌଣସି କୃଷି ଯନ୍ତ୍ରାଂଶ ନକିଣି ୩.୪୯କୋଟି ଟଙ୍କାର ସରକାରୀ ସବସିଡିକୁ ଲୁଟ୍ କରିବାରେ ସକ୍ଷମ ହୋଇଥିଲେ । ସରକାର ପରବର୍ତ୍ତୀ ସମୟରେ ଏହି କଳା ତାଲିକାଭୁକ୍ତ ସଂସ୍ଥା ରେଡଲ୍ୟାଣ୍ଡ ଆସଲିନ୍ ମୋର୍ଟସ ପିଏଲସି ସମ୍ପର୍କରେ ଖୋଳତାଡ଼ କରିଥିଲେ । ଆଉ କେରଳସ୍ଥିତ ଏହି କମ୍ପାନୀ ମଧ୍ୟ ଅନୁରୂପ ଜାଲିଆତି ସମ୍ପର୍କରେ ଜାଣିବା ପରେ ଚଳିତବର୍ଷ ଏପ୍ରିଲ ମାସରେ ରାଜ୍ୟ ଅର୍ଥନୀତିକ ଅପରାଧ ଶାଖାରେ ଏକ ମାମଲା ରୁଜୁ କରିଥିଲେ । ଏହାସହିତ ରାଜ୍ୟ କୃଷି ବିଭାଗକୁ ମଧ୍ୟ ସମ୍ପୃକ୍ତ କେରଳ କମ୍ପାନୀ ପକ୍ଷରୁ ଏଭଳି ଜାଲିଆତି ସମ୍ପର୍କରେ ଅବଗତ କରାଯାଇଥିଲା । ଯାହା ଆଧାରରେ କ୍ରାଇମବ୍ରାଂଚର ଅର୍ଥନୀତିକ ଅପରାଧ ଶାଖା ଏହାର ତଦନ୍ତ କରି କୃଷି ସବସିଡି ଜାଲିଆତି ହୋଇଥିବା ଜାଣିବାକୁ ପାଇଥିଲେ ।

କେବଳ ବରଗଡ଼ ନୁହେଁ ପୂର୍ବରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଚାଷୀଙ୍କ ନାଁରେ କୃଷି ସବସିଡି ବ୍ୟାପକ ଭାବେ ହରିଲୁଟ୍ ହେଉଥିବା ଅଭିଯୋଗ ଆସିଥିଲା । କିନ୍ତୁ ସରକାର ସେଥିପ୍ରତି ଦୃଷ୍ଟି ଦେଇନଥିଲେ । ଏବେ କ୍ରାଇମବ୍ରାଂଚ ଏସବୁ ଅଭିଯୋଗର ମଧ୍ୟ ଖୋଳତାଡ଼ କରିବ ବୋଲି ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story