ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ପାଇଁ ଦମ୍ପତିଙ୍କୁ ମାରିଦେଲେ

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ ତାରିଖରେ ହୋଇଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ବସ୍ତାଏ ଚାଉଳ ଓ ମାତ୍ର ୧୨୦୦ ଟଙ୍କା ପାଇଁ ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ତିନି ଭାଇ ବୋଲି ଜଣାପଡ଼ିଛି। ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପାଖ […]

tyyy9999

tyyy9999

Tapaswini Nayak
  • Published: Tuesday, 05 February 2019
  • Updated: 05 February 2019, 02:03 PM IST

Sports

Latest News

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଖୁଣ୍ଟକଟା ଗାଁରେ ଜାନୁଆରୀ ୧୩ ତାରିଖରେ ହୋଇଥିବା ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ ହୋଇଛି। ବସ୍ତାଏ ଚାଉଳ ଓ ମାତ୍ର ୧୨୦୦ ଟଙ୍କା ପାଇଁ ଦମ୍ପତିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ତିନି ଭାଇ ବୋଲି ଜଣାପଡ଼ିଛି।

ଗତ ୧୩ ତାରିଖରେ ଗାଁର ମିଲୁ ନାୟକ ଓ କସ୍ତୁରୀ ପ୍ରଧାନ ନିଖୋଜ ହୋଇଯାଇଥିଲେ। ବହୁ ଖୋଜାଖୋଜି ପରେ ପାଖ ଜଙ୍ଗଲରେ ଥିବା କୂଅରୁ ଉଭୟଙ୍କ ମୃତଦେହ ମିଳିଥିଲା। ପୁଲିସ୍‌ ତଦନ୍ତ ବେଳେ ସଂପୃକ୍ତ ତିନି ଭାଇ ଫେରାର ଥିବା ଜଣାପଡ଼ିଛି।

ଗାଁ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଆଜି ୩ ଭାଇଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ଦମ୍ପତିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି ବୋଲି ପୁଲିସ୍ କହିଛି।

ମିଲୁ ଓ କସ୍ତୁରୀ ଜଗୁଆଳି ଭାବେ କାମ କରନ୍ତି। ଜାନୁଆରୀ ୧୩ ତାରିଖରେ ଦରମା ପାଇଥିଲେ। ତିନି ଭାଇ ନିଶାଶକ୍ତ ଅବସ୍ଥାରେ ମିଲୁଙ୍କ ଘରେ ପଶିଥିଲେ ଓ ତାଙ୍କୁ ଧମକଚମକ ଦେଇଥିଲେ। ପରେ ତାଙ୍କ ପାଖରୁ ବସ୍ତାଏ ଚାଉଳ ଓ ୧୨ ଶହ ଟଙ୍କା ଛିନତାଇ କରିଥିଲେ। ଏନେଇ କାଳେ ମିଲୁ ଗାଁ ଲୋକଙ୍କୁ କହିବେ, ସେଥିଲାଗି ଉଭୟଙ୍କୁ ହତ୍ୟା କରି କୂଅରେ ପକାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos