ଗରିବ ପାଣ୍ଡେ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌, ୩ ଗିରଫ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେ ହତ୍ୟା ଘଟଣାର ଖୁଲାସା କରିଛି ବଲାଙ୍ଗିର ଜିଲ୍ଲା ତୁଷୁରା ପୁଲିସ। ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ବଲାଙ୍ଗିର ଟାଉନ୍ ଥାନାରେ ଅନୁଷ୍ଟିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ତୋଫାନ ବାଗ ଏହି ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ତେଲଗୋଠି ପଡ଼ାର ଇଦୁଲ ଖାନ ଓରଫ ଛୋଟୁ ଓ ସାଲେପାଲିର […]

Deceased

Deceased

Jitendra Garnayak
  • Published: Saturday, 25 December 2021
  • Updated: 25 December 2021, 04:26 PM IST

ବଲାଙ୍ଗିର (ଘଟେଶ୍ୱର ମିଶ୍ର): କୁଖ୍ୟାତ ଅପରାଧୀ ଗରିବ ପାଣ୍ଡେ ହତ୍ୟା ଘଟଣାର ଖୁଲାସା କରିଛି ବଲାଙ୍ଗିର ଜିଲ୍ଲା ତୁଷୁରା ପୁଲିସ। ପୂର୍ବ ଶତ୍ରୁତାରୁ ତାକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ବଲାଙ୍ଗିର ଟାଉନ୍ ଥାନାରେ ଅନୁଷ୍ଟିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ତୋଫାନ ବାଗ ଏହି ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ- ତେଲଗୋଠି ପଡ଼ାର ଇଦୁଲ ଖାନ ଓରଫ ଛୋଟୁ ଓ ସାଲେପାଲିର ସୁଦିନ ଜାନୀ ଓରଫ ସିଣ୍ଟୁ ଓ ସିଦ୍ଧାନ୍ତ ସେଠ।

ବଲାଙ୍ଗିରର ଇନ୍ଦିରା ନଗର ପଡ଼ାରେ ରହୁଥିଲା ଗରିବ ପାଣ୍ଡେ। ତାକୁ ୩୫ ବର୍ଷ ହୋଇଥିଲା। ତା’ ନାଁରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିଲା। ଏକ ଡକାୟତି ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲା ଗରିବ। ତେବେ ଗତ କିଛି ଦିନ ତଳେ ସେ ଜାମିନରେ ବାହାରିଥିଲା।

ଡିସେମ୍ବର ୧୪ ତାରିଖ ଦିନ ଗରିବ ତା’ର ତିନି ସାଙ୍ଗ ଇଦୁଲ ଖାନ, ସୁଦିନ ଜାନୀ ଓ ସିଦ୍ଧାନ୍ତ ସେଠ ସହିତ ବୁଲାବୁଲି କରିଥିଲା। ସନ୍ଧ୍ୟାରେ ଚାରିଜଣ ଯାକ ଖୁଜେନପାଲି ବ୍ରିଜ ନିକଟରେ ଏକାଠି ପିଆଖିଆ କରିଥିଲେ। ଏହି ସମୟରେ ଗରିବ ସହିତ ସେମାନଙ୍କର ବଚସା ହୋଇଥିଲା। ଗରିବ ସହିତ ସେମାନଙ୍କର ପୂର୍ବରୁ ଶତ୍ରୁତା ମଧ୍ୟ ଥିଲା। ତେଣୁ ବଚସା ବେଳେ ହଠାତ୍ ସେମାନେ ଗରିବକୁ ଆକ୍ରମଣ କରିଥିଲେ। ସେମାନେ ଗରିବ ବେକକୁ ଧୋତି ଗୋଡ଼ାଇ ଚିପି ଦେଇଥିଲେ। ଏହା ପରେ ମାଲଗୋଦାମ ପଡ଼ାରେ ଚାବି ଲାଗିଥିବା ଏକ ଅଟୋ ନେଇ ଆସିଥିଲେ। ସେଥିରେ ଗରିବର ମୃତଦେହକୁ ନେଇ ତୁଷୁରା ନିକଟସ୍ଥ ତେଲନଦୀରେ ଫିଙ୍ଗି ଦେଇଥିଲେ।

ଅଭିଯୁକ୍ତମାନେ ଭାବିଥିଲେ ଗରିବର ମୃତଦେହ ନଦୀରେ ଭାସିଯିବ। ତେବେ ୧୫ ତାରିଖ ଦିନ ଲୋକେ ନଦୀପଠାରେ ଶବଟିକୁ ଦେଖିଥିଲେ ଓ ପୁଲିସ୍ ଖବର ପାଇଥିଲା। ୧୬ ତାରିଖରେ ଶବ ଚିହ୍ନଟ ହୋଇଥିଲା ଓ ତାହା ଗରିବ ପାଣ୍ଡେର ବୋଲି ଜଣାପଡ଼ିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗରିବକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା।

ଘଟଣାର ତଦନ୍ତ କରିବାକୁ ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ ହତ୍ୟାକାଣ୍ଡର ଖୁଲାସା କରିବା ସହିତ ତିନି ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଧୋତିକୁ ପୁଲିସ୍ ଜବତ କରିଛି। ତା’ସହିତ ଦୁଇଟି ବାଇକ, ଗୋଟିଏ ଅଟୋ ଓ ଚାରୋଟି ମୋବାଇଲ ଜବତ କରାଯାଇଛି। ଗିରଫ ତିନି ଜଣଙ୍କ ଭିତରୁ ଦୁଇ ଜଣଙ୍କ ନାଁରେ ପୂର୍ବରୁ ମାମଲା ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story