ବିଜେଡି ରାଜ୍ୟସଭା ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କ’ଣ ହେଲା ? ପଢନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ କାଏମ୍ ରହିଲା ୩ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର। ଯାଞ୍ଚ ପରେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାଁରେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅଭିଯୋଗ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ […]

RS

Rakesh Mallick
  • Published: Tuesday, 13 March 2018
  • , Updated: 13 March 2018, 05:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସଭା ନିର୍ବାଚନ ପାଇଁ କାଏମ୍ ରହିଲା ୩ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର। ଯାଞ୍ଚ ପରେ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ନାମାଙ୍କନ ଖାରଜ ହୋଇଯାଇଛି। ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ କୌଣସି ସୂଚନା ମିଳିନଥିବା ବେଳେ ବିଜେଡି ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି।

ରାଜ୍ୟସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ନାଁରେ ରିଟର୍ଣ୍ଣିଂ ଅଫିସରଙ୍କଠାରେ ଅଭିଯୋଗ କରିଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ର। ସେ ଅଭିଯୋଗ କରିଛନ୍ତି, ଅଚ୍ୟୁତଙ୍କ ନାଁରେ ଭୁବନେଶ୍ୱର ଓ କଲାରାବାଙ୍କରେ ୨ଟି ଭୋଟର୍ ପରିଚୟପତ୍ର ରହିଛି। ଏଥିସହ ଅଚ୍ୟୁତଙ୍କ ନାଁରେ ୪ଟି ମାମଲା ଥିବା ବେଳେ ସେ ସତ୍ୟପାଠରେ ସେନେଇ ଦର୍ଶାଇ ନାହାନ୍ତି। ସେଥିପାଇଁ ଅଚ୍ୟୁତଙ୍କ ପ୍ରାର୍ଥିପତ୍ର ନାକଚ କରାଯାଉ ବୋଲି ସୁବାସ ଦାବି କରିଛନ୍ତି।

ଏନେଇ ଅଚ୍ୟୁତ ସାମନ୍ତ କହିଛନ୍ତି-“ସତ୍ୟପାଠ ସଂପୂର୍ଣ୍ଣ ସତ୍ୟ। ସବୁ ସତ୍ୟ ତଥ୍ୟ ଦେଇଛି। ଯେକେହି ବି ଏହାକୁ ଚାଲେଂଜ କରିପାରିବେ। କଲାରାବାଙ୍କରେ ଭୋଟର ତାଲିକାରୁ ନାଁ ହଟିସାରିଛି।”

Related story