ଅଗ୍ନିଶମ ବିଭାଗ ପୋଷାକ କିଣାରେ ୩ କୋଟି ଟଙ୍କା ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର: ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ବରିଷ୍ଠ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ବେଳେ ଏବେ ଅଗ୍ନିଶମ ବିଭାଗର ପୋଷାକ କିଣାରେ ପ୍ରାୟ ୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପଦାକୁ ଆସିଛି।ଏହି ଅଭିଯୋଗ କୌଣସି ସାଧାରଣ କର୍ମଚାରୀଙ୍କ ବିରୋଧରେ ଆସିନାହିଁ, ଆସିଛି  ତତ୍କାଳୀନ ଅଗ୍ନିଶମ ବିଭାଗ ଏଡିଜି ଏନ୍‌.ନାଗେଶ୍ୱର ରାଓଙ୍କ ବିରୋଧରେ। ମିଳିଥିବା ସୂଚନା ମୁତାବକ ହଳଦିଆଆ ଡାଙ୍ଗେରୀ, […]

angisam-scam

Rakesh Mallick
  • Published: Tuesday, 28 June 2016
  • , Updated: 19 August 2016, 05:19 PM IST

ଭୁବନେଶ୍ୱର: ଏସ୍‌ସି ଏସ୍‌ଟି ପିଲାଙ୍କୁ ଟ୍ରେନିଂ ଦେବା ନାଁରେ ୮୮ ଲକ୍ଷ ଟଙ୍କା ଠକେଇ ମାମଲାରେ ବରିଷ୍ଠ ଆଇପିଏସ୍‌ ଅଫିସର ଜୟଦୀପ ନାୟକଙ୍କ ବିରୋଧରେ ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ବେଳେ ଏବେ ଅଗ୍ନିଶମ ବିଭାଗର ପୋଷାକ କିଣାରେ ପ୍ରାୟ ୩ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ପଦାକୁ ଆସିଛି।ଏହି ଅଭିଯୋଗ କୌଣସି ସାଧାରଣ କର୍ମଚାରୀଙ୍କ ବିରୋଧରେ ଆସିନାହିଁ, ଆସିଛି  ତତ୍କାଳୀନ ଅଗ୍ନିଶମ ବିଭାଗ ଏଡିଜି ଏନ୍‌.ନାଗେଶ୍ୱର ରାଓଙ୍କ ବିରୋଧରେ।

ମିଳିଥିବା ସୂଚନା ମୁତାବକ ହଳଦିଆଆ ଡାଙ୍ଗେରୀ, ନାଲି ଟ୍ରାକ୍‌ସୁଟ୍‌, ହଳଦିଆ ଗଞ୍ଜି କିଣାରେ ଏହି ଦୁର୍ନୀତି ହୋଇଛି। ୨୦୧୩ରୁ ୨୦୧୫ ମଧ୍ୟରେ ହୋଇଥିବା ଏହି ଦୁର୍ନୀତି ସଂକ୍ରାନ୍ତରେ ଅର୍ଥ ବିଭାଗ ଅଡିଟ୍‌ କରୁଛି। ଏହି ଦୁର୍ନୀତିରେ ଛନ୍ଦି ହୋଇଥିବା ଏନ୍.ନାଗେଶ୍ୱର ରାଓ ସ୍ପଷ୍ଟୀକରଣ ଦେଇ ଗୃହ ସଚିବ ଓ ବର୍ତ୍ତମାନର ଅଗ୍ନିଶମ ଡିଜିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସେ କହିଛନ୍ତି,“ଅଗ୍ନିଶମ ବିଭାଗ ପାଇଁ ପୋଷାକ କିଣିବା ପାଇଁ  ସରକାରଙ୍କ ଅନୁମତିର ଆବଶ୍ୟକତା ନାହିଁ। ମୁଁ ଓଡ଼ିଶା ଅଗ୍ନିଶମ ବିଭାଗକୁ ଅଧିକ କ୍ରିୟାଶୀଳ କରିଥିବାରୁ ମୋ ପ୍ରତି ଇର୍ଷାନ୍ୱିତ ହୋଇ ବର୍ତ୍ତମାନର ଅଗ୍ନିଶମ ଡିଜି ବିନୟ ବେହେରା ଓ ଗୃହ ସଚିବ ଅସିତ ତ୍ରିପାଠୀ ଏପରି ଅଭିଯୋଗ କରିଛନ୍ତି। ଏଥିରେ ସତ୍ୟତା ନାହିଁ। ପୂର୍ବରୁ ମଧ୍ୟ ସେ କରିଥିବା ଅନିୟମିତା ସଂକ୍ରାନ୍ତରେ ତଦନ୍ତ ପାଇଁ ମୁଁ ଗୃହ ବିଭାଗକୁ ବାରମ୍ବାର ପତ୍ର ଲେଖିଥିଲେ ମଧ୍ୟ ଗୃହ ସଚିବ ଏହାକୁ ଚାପି ଦେଇଥିଲେ।”

ଏଭଳି ଅଭିଯୋଗକୁ ଖଣ୍ଡନ କରି ଅଗ୍ନିଶମ ବିଭାଗ ମୁଖ୍ୟ ବିନୟ କୁମାର ବେହେରା କହିଛନ୍ତି,“ ବ୍ୟକ୍ତିଗତ ଭାବେ ମୁଁ କାହା ବିରୋଧରେ କୌଣସି ଅଭିଯୋଗ କରି ନାହିଁ। ସରକାରୀ ରେକର୍ଡକୁ ନେଇ ଦ୍ୱନ୍ଦ୍ୱ ଉପୁଜିବାରୁ ମୁଁ ଏନେଇ ତଥ୍ୟ ମଗାଇଥିଲି। ଏହା ଠିକ୍‌ରେ ହୋଇଛି କି ନାହଁ ତାହା ପ୍ରଶ୍ନ ଥିଲା ବୋଲି ସରକାରଙ୍କୁ ତଥ୍ୟ ମାଗିଥିଲି। ମୋର କାହା ବିରୋଧରେ ବ୍ୟକ୍ତିଗତ ଭାବେ କିଛି ନାହିଁ।ମୁଁ କେବଳ ନିଶ୍ଚିତ ହେବାକୁ ଚାହୁଁଥିଲି ଯେ ମୁଁ ଠିକ୍‌ ରାସ୍ତାରେ ଅଛି।”

Related story