ଆସକା(ମନୋଜ ମୁନୀ): ଟିଣ ବାକ୍ସରୁ ଥିଲା ୩୦ କ୍ୱିଣ୍ଟାଲ୍ ଗଞ୍ଜେଇ। ଯାହାର ଆନୁମାନିକ ମୂଲ୍ୟ ୩ କୋଟିରୁ ଅଧିକ ଟଙ୍କା ହେବ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୁଲିସ କୃଷ୍ଣପୁର ଗାଁରୁ ଆସିଛି ଏପରି ଖବର। ପୁଲିସ ଗଞ୍ଜେଇ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
କୃଷ୍ଣପୁର ଗାଁରେ ଗଞ୍ଜେଇ ଗଚ୍ଛିତ ଥିବା ପୁଲିସ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ଓ ଅବକାରୀ ଟିମ୍ ମିଳିତ ଭାବେ ଗତକାଲି ଉକ୍ତ ଗାଁରେ ୬ଟି ଘରେ ଚଢ଼ଉ କରି ଟିଣ ବାକ୍ସରେ ଗଚ୍ଛିତ ଥିବା ୩୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିଥିଲା। ଚଢ଼ଉ ସମୟରେ ଘରଲୋକ ଫେରାର ହୋଇଯାଇଥିଲେ। ପାଟପୁର ଥାନାରେ ଏନେଇ ଏକ ମମାଲ ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି। ସାନଖେମୁଣ୍ଡି ତହସିଲଦାର ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ଆସିକା ଉପଖଣ୍ଡ ପୁଲିସ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ ନେତୃତ୍ୱରେ ପୁଲିସ ଏସଆଇଟି ଟିମ୍ ସହ ପାଟପୁର, ଆସିକା, ଶେରଗଡ଼, ସୋରଡ଼ା ଥାନା ପୁଲିସ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ମିଳିତ ଭାବେ ଚଢ଼ଉ କରିଥିଲା।
ସୂଚନାରୁ ପ୍ରକାଶ, ଗଞ୍ଜେଇକୁ ତପ୍ତପାଣି ଅଞ୍ଚଳର ଟି.ଗୋବିନ୍ଦପୁର ପାଖ ଜଙ୍ଗଲରେ ୨୦ ଏକର ଜଙ୍ଗଲ ଜମିରେ ଗଞ୍ଜାଇ ଚାଷ ହେଉଥିଲା। ଏନେଇ ଖବର ପାଇ ପୂର୍ବରୁ ପୁଲିସ ଓ ଅବକାରି ବିଭାଗ ମିଳିତ ଭାବେ ଚଢ଼ଉ କରି ଗଞ୍ଜେଇ ଚାଷକୁ ନଷ୍ଟ କରିଦେଇଥିଲେ। ତେବେ ଚଢ଼ଉ ପୂର୍ବରୁ କେତେକ ଗଞ୍ଜେଇ ମାଫିଆମାନେ ଗଞ୍ଜେଇ କାଟି କୃଷ୍ଣପୁର ଗାଁରେ ଗଚ୍ଛିତ ରଖିଥିବା ଆଲୋଚନା ହେଉଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।