୨ ନିଶା ମାଫିଆ ଭାଇଙ୍କ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ସିଜ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୨ ନିଶା ମାଫିଆ ଭାଇଙ୍କ ସମ୍ପତ୍ତି ସିଜ୍‌।  ନିଶା ସାମଗ୍ରୀ କାରବାର କରୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡାର ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନର ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି। ନିଶା ସାମଗ୍ରୀ ବେପାର କରି ଏମାନେ ବହୁ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂପତ୍ତି ସିଜ୍ କରାଯାଇଛି। ବନମାଳି ଓ ଅରୁଣର ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। […]

banamali and aruna pradhan

Madhupriya Mistry
  • Published: Monday, 27 June 2022
  • , Updated: 27 June 2022, 12:48 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ୨ ନିଶା ମାଫିଆ ଭାଇଙ୍କ ସମ୍ପତ୍ତି ସିଜ୍‌।  ନିଶା ସାମଗ୍ରୀ କାରବାର କରୁଥିବା ଗଞ୍ଜାମ ଜିଲ୍ଲା ବୁଗୁଡାର ବନମାଳି ପ୍ରଧାନ ଓ ଅରୁଣ ପ୍ରଧାନର ସମ୍ପତ୍ତି ବ୍ୟାଜ୍ୟାପ୍ତ କରାଯାଇଛି। ନିଶା ସାମଗ୍ରୀ ବେପାର କରି ଏମାନେ ବହୁ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂପତ୍ତି ସିଜ୍ କରାଯାଇଛି।

ବନମାଳି ଓ ଅରୁଣର ସମ୍ପତ୍ତିର ପରିମାଣ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଉଭୟେ ହେଉଛନ୍ତି ଗଂଜାମ ବୁଗୁଡ଼ା ଥାନା ରଘୁନାଥ ସାହିର କିର୍ତ୍ତନ ପ୍ରଧାନଙ୍କ ପୁଅ। ଏମାନେ ଗଞ୍ଜେଇ ଓ ଅଫିମ ବେପାର କରୁଥିବାର ଅଭିଯୋଗ ଅଛି।

ଏ ଦୁଇ ଭାଇଙ୍କ ବୁଗୁଡ଼ାରେ ୫ଟି କମର୍ସିଆଲ ବିଲ୍ଡିଂ, ଜମି, ୧୯ଟି ବ୍ୟାଙ୍କ ଆକାଉଣ୍ଟ, ସୁନା ପ୍ରାୟ ୬୦ ଭରି, ରୂପା ୨୦ ଭରି ରହିଛି। ଉଭୟଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତି କରିବାକୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ କୋଲକାତାରେ ଥିବା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିବା ପରେ ସେମାନଙ୍କ ସମ୍ପତ୍ତି ସିଜ୍‌ କରାଯାଇଛି। ପୂର୍ବରୁ ମଧ୍ୟ ଏହି ଦୁଇ ନିଶା ବେପାରୀ ଭାଇଙ୍କ ବିରୋଧରେ ଅବକାରୀ ବିଭାଗ ଦ୍ୱାରା ମାମଲା ରୁଜୁ ହୋଇଥିଲା।

Related story