ପଥଚାରୀ ଉପରେ ମାଡ଼ିଗଲା ବାଇକ୍‌, ୩ ମୃତ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବରେଇପାଲି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ପଥଚାରୀ ଉପରେ ମାଡ଼ି ଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୁଇ ଜଣ ବାଇକ୍ ଆରୋହୀ ଓ ଜଣେ ପଥଚାରୀ ।  ହେଲେ ୩ଜଣ ମୃତକଙ୍କ ପରିଚୟ ମିଳିନାହିଁ। ଗତକାଲି ରାତିରେ ହୀରାକୁଦରୁ ଦୁଇ ଜଣ ଯୁବକ ବାଇକ୍ ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲେ। ବରେଇପାଲି ନିକଟରେ ଜଣେ […]

accident

  • Published: Saturday, 08 October 2022
  • , Updated: 08 October 2022, 08:05 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଜିଲ୍ଲା ୫୩ ନମ୍ବର ଜାତୀୟ ରାଜପଥ ବରେଇପାଲି ନିକଟରେ ଗତକାଲି ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ପଥଚାରୀ ଉପରେ ମାଡ଼ି ଯିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୁଇ ଜଣ ବାଇକ୍ ଆରୋହୀ ଓ ଜଣେ ପଥଚାରୀ ।  ହେଲେ ୩ଜଣ ମୃତକଙ୍କ ପରିଚୟ ମିଳିନାହିଁ।

ଗତକାଲି ରାତିରେ ହୀରାକୁଦରୁ ଦୁଇ ଜଣ ଯୁବକ ବାଇକ୍ ଯୋଗେ ସମ୍ବଲପୁର ଅଭିମୁଖେ ଆସୁଥିଲେ। ବରେଇପାଲି ନିକଟରେ ଜଣେ ପଥଚାରୀ ରାସ୍ତା ପାର ହେଉଥିଲେ। ଏହି ସମୟରେ ବାଇକ୍‌ଟି ଦ୍ରୁତ ଗତିରେ ଆସି ପଥଚାରୀଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ପଥଚାରୀ ସହ ଦୁଇ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଅଇଁଠାପାଲି ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି  ଘଟଣାର ତଦନ୍ତ କରୁଛି।  ଦୁର୍ଘଟଣାରେ ବାଇକ୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି।

Related story