ଉତ୍କଳ ବିଶ୍ୱବିଦ୍ୟାଳୟର ୩ଟି ବିଭାଗ ସିଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ଫିଲୋସଫି, ଇଂଲିଶ ଓ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଜଣେ କର୍ମଚାରୀ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଖୋଲିଥିଲା। ପିଲାମାନେ […]

Utkal University

Manoranjan Sial
  • Published: Saturday, 06 June 2020
  • , Updated: 06 June 2020, 10:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍କଳ ବିଶ୍ୱବିଦ୍ୟାଳୟର ଫିଲୋସଫି, ଇଂଲିଶ ଓ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ ବାରଣ କରାଯାଇଛି। ଜଣେ କର୍ମଚାରୀ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏପରି ପଦକ୍ଷେପ ନେଇଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ମହାମାରୀ ‘କରୋନା’ ପାଇଁ ଦିଆଯାଇଥିବା ଲକ୍‌ଡାଉନ୍‌ ଯୋଗୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ତେବେ ଅନ୍‌ଲକ୍‌-୧ ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସବୁ ବିଶ୍ୱବିଦ୍ୟାଳୟ ଖୋଲିଥିଲା। ପିଲାମାନେ ବିଶ୍ୱବିଦ୍ୟାଳୟକୁ ଆସୁନଥିଲେ ମଧ୍ୟ ସମସ୍ତ କର୍ମଚାରୀ ଆସୁଥିଲେ। ଲକ୍‌ଡାଉନ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟର କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ନିଜର କାର୍ଯ୍ୟ ସମ୍ପାଦନ କରୁଥିଲେ। ତେବେ ଆଜି ହଠାତ୍‌ ଜଣେ କର୍ମଚାରୀ ‘କରୋନା’ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟର ୩ଟି ବିଭାଗକୁ ସିଲ୍‌ କରିଦିଆଯାଇଛି।

Related story