କେନାଲକୁ ପଶିଗଲା କାର୍‌; ଚାଲିଗଲା ୩ ଜୀବନ

କଟକ(ଓଡ଼ିଶା ରିପୋର୍ଟର): କଟକ ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି। ଗତକାଲି ରାତି ୩ଟାରେ କଟକ ଆଡୁ ଏକ  କାର୍‌ ଭୁବନେଶ୍ୱର ଆଡ଼କୁ ଦ୍ରୃତ ଗତିରେ ଯାଉଥିଲା। କିଛି ସମୟ ପରେ ଉକ୍ତ ଗାଡ଼ିଟି ତେଲେଙ୍ଗା ପେଣ୍ଠଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ […]

car

Niharika Rout
  • Published: Saturday, 17 October 2020
  • , Updated: 17 October 2020, 10:22 AM IST

କଟକ(ଓଡ଼ିଶା ରିପୋର୍ଟର): କଟକ ତେଲେଙ୍ଗାପେଣ୍ଠ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି।  ଭାରସାମ୍ୟ ହରାଇ ଏକ କାର୍ ରାସ୍ତାକଡ଼ କେନାଲକୁ ପଶିଯିବାରୁ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିପାରିନି।

ଗତକାଲି ରାତି ୩ଟାରେ କଟକ ଆଡୁ ଏକ  କାର୍‌ ଭୁବନେଶ୍ୱର ଆଡ଼କୁ ଦ୍ରୃତ ଗତିରେ ଯାଉଥିଲା। କିଛି ସମୟ ପରେ ଉକ୍ତ ଗାଡ଼ିଟି ତେଲେଙ୍ଗା ପେଣ୍ଠଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍‌ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ହେଲେ ସେଠାରେ ଡାକ୍ତର  ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ୍‌ ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛି

Related story