ଭୋଜି ଖାଇ ଫେରୁଥିଲେ ଅଧାବାଟରେ ଚାଲିଗଲା ଡାକ୍ତରଙ୍କ ଜୀବନ

ଯାଜପୁର(ଓଡ଼ିଶା ରିପୋର୍ଟର):ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଡାକ୍ତରଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଡାକ୍ତର ପରେଶ ମହାପାତ୍ର। ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ବାଲେଶ୍ୱର ଅଞ୍ଚଳରେ ବୋଲି ସୂଚନା ମିଳିଛି।  ଅନ୍ୟମାନେ ହେଲେ ପାଥୋଲାବ ମାଲିକ ରାଜେନ୍ଦ୍ର ସାମନ୍ତ ଏବଂ କାର୍‌ ଡ୍ରାଇଭର ଦେବଦତ୍ତ ବିଶ୍ୱାଳ।

ଗତକାଲି ବିଳମ୍ବିତ ରାତିରେ ଡାକ୍ତର ପରେଶ ଓ ଫାର୍ମାସିଷ୍ଟ ଏକ ଭୋଜି ଖାଇ ଭୋଗରାଇରୁ କାର୍‌ ଯୋଗେ କଟକ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।  ସେମାନଙ୍କ କାର୍‌ କେଉଁ ଗାଡ଼ି ସହ ଧକ୍କା ହୋଇଛି ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।